ଢେଙ୍କାନାଳ: ଜିଲ୍ଲାରେ ସନ୍ଧ୍ୟା ସମୟରେ ହୋଇଥିବା ବର୍ଷା ଓ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଜକା ଗ୍ରାମର ଅଞ୍ଜନା ସାହୁ । ସେପଟେ ବଜ୍ରାଘାତ ସମୟରେ ଘର ବାରଣ୍ଡାରେ ବସିଥିବାରୁ ଦୁଇ ଜଣ ମହିଳା ଗୁରୁତର ହୋଇପଡିଥିବା ମଧ୍ୟ ଜଣା ପଡିଛି ।
![death in lightening, lightening in dhenkanal, dhankanal latest news, one dead in lightening, ବଜ୍ରାଘାତରେ ମୃତ୍ୟୁ, ଢେଙ୍କାନାଳରେ ବଜ୍ରାଘାତ, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍, ବଜ୍ରାଘାତରେ ଜଣେ ମୃତ](https://etvbharatimages.akamaized.net/etvbharat/prod-images/od-dkl-02-one-dead-and-another-two-injure-in-lightening-breaking-7208629_26062020191246_2606f_1593178966_628.jpg)
ଗୁରୁତର ଦୁହେଁ ହେଲେ ପରଜଙ୍ଗ ଥାନା ଜକା ଗ୍ରାମର ଦମୟନ୍ତୀ ସାହୁ ଓ ଉଷା ଦେହୁରୀ । ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିବା ଜଣା ପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ