ETV Bharat / state

ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ, ଶହୀଦ ସରୋଜ ଅମର ରହେ ଧ୍ବନିରେ କମ୍ପିଲା କେନ୍ଦୁଢିପ

author img

By ETV Bharat Odisha Team

Published : Oct 7, 2023, 8:21 PM IST

Updated : Oct 7, 2023, 8:31 PM IST

ଜନ୍ମମାଟିରେ ସିକ୍କିମ ବନ୍ୟାରେ ଶହୀଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ । ଶହୀଦ ସରୋଜ ଅମର ରହେ ଧ୍ବନିରେ କମ୍ପିଲା କେନ୍ଦୁଢିପ । ଅଧିକ ପଢନ୍ତୁ

Last rites of Odia Martyred Jawan Saroj Das
Last rites of Odia Martyred Jawan Saroj Das

ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ, ଶହୀଦ ସରୋଜ ଅମର ରହେ ଧ୍ବନିରେ କମ୍ପିଲା କେନ୍ଦୁଢିପ

ଢେଙ୍କାନାଳ: ଶହୀଦ ସରୋଜ ଅମର ରହେ ଧ୍ବନିରେ କମ୍ପିଲା କେନ୍ଦୁଢିପ ଗାଁ । ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଶହୀଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିଛି । ଏହାପରେ ବିଭିନ୍ନ ସଂଗଠନ ପକ୍ଷରୁ ଶହୀଦ ସରୋଜଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ଜନ୍ମଭୂମି କାନ୍ଦ ବୋବାଳିରେ ଫାଟି ପଡ଼ିଛି । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହୀଦ ସରୋଜଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ପ୍ରଥମେ ଭୁବନେଶ୍ବର ଏୟାରପୋର୍ଟରେ ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଶହୀଦ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ସେନା ଗାଡ଼ିରେ ଅପରାହ୍ନ ସାଢେ ୪ଟା ସମୟରେ ଶହୀଦଙ୍କ ଜନ୍ମମାଟିରେ ପହଞ୍ଚିଥିଲା ପାର୍ଥିବ ଶରୀର । ଢେଙ୍କାନାଳରେ ପହଞ୍ଚିବା ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ଢେଙ୍କାନାଳ ସୀମାନ୍ତରୁ ତାଙ୍କୁ ପାଛୋଟି ନିଆଯାଇଥିଲା । ପରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅପେକ୍ଷାରତ ପୂର୍ବ ସୈନିକ ସଂଘ, ବିଭିନ୍ନ ରାଜନୀତିକ ଦଳ, ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଶହୀଦଙ୍କୁ ଜଣାଇଥିଲେ ଶେଷ ସଲାମ ।

ଏହା ବି ପଢନ୍ତୁ- Sikkim Flash Flood: ଏୟାରପୋର୍ଟରେ ଶହୀଦ ଓଡ଼ିଆ ଯବାନଙ୍କୁ ଗାର୍ଡ ଅଫ ଅନର୍‌, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ପ୍ରଥମେ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର୍‌ ଦିଆଯାଇଥିଲା । ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସମାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସରୋଜ ସେଠୀ ଓ ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରଶାସନ ପକ୍ଷରୁ ଶହୀଦଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କେନ୍ଦୁଢ଼ିପକୁ ନିଆଯାଇଥିଲା । କାମାକ୍ଷାନଗରର ଯିବା ବାଟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ଶହୀଦଙ୍କ ମର ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର

ବିଶାଳ ଶୋଭାଯାତ୍ରାରେ ଶହୀଦ ସରୋଜ ଅମର ରହେ ସ୍ଲୋଗାନ ଦେଇ ଯୁବପିଢ଼ି ତାଙ୍କ ଜନ୍ମମାଟି କେନ୍ଦୁଢ଼ିପକୁ ନେଇଥିଲେ। ଗାଁରେ ପହଞ୍ଚିବା କ୍ଷଣି କମ୍ପି ଉଠିଥିଲା କେନ୍ଦୁଢ଼ିପ । ସମଗ୍ର ଗ୍ରାମ ଲୋକାରଣ୍ୟ ହୋଇ ଉଠିଥିଲା । ନିଜ ମାଟିର ପୁଅ ସରୋଜ ଏପରି ବୀରଗତି ପ୍ରାପ୍ତ ଘଟଣାରେ ଗ୍ରାମବାସୀ ଆଖପାଖ ଗ୍ରାମର ରୁଣ୍ଡ ହୋଇଥିବା ପ୍ରତ୍ୟେକଙ୍କ ଆଖିରେ ଛଳ ଛଳ ହୋଇଥିଲା । ସାଥୀରେ ଆସିଥିବା ସାଥୀ ଯବାନ ଓ ଅଧିକାରୀମାନେ ଶହୀଦଙ୍କ ପରିବାରକୁ ସରୋଜଙ୍କ ପାର୍ଥିବ ଶରୀରକୁ ହସ୍ତାନ୍ତର କରିଥିଲେ । ଏହାପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ ।

ଆଉ ସମ୍ପୂର୍ଣ୍ଣ ଗ୍ରାମ ଓ ଅଞ୍ଚଳ ଶୋକାକୁଳ ପରିବେଶରେ ବୁଡି ରହିଥିଲା । ଶହୀଦ ସରୋଜଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେନ୍ଦୁଢ଼ିପ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି । ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଘଟଣା ସ୍ଥଳରେ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସମେତ ଅଞ୍ଚଳର ଜନ ପ୍ରତିନିଧି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Oct 7, 2023, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.