ETV Bharat / state

ମାତିଛନ୍ତି ଜମି ଦଲାଲ, ନାମ ବଦଳାଇ ଅସଲି ମାଲିକଙ୍କ ଜମି ହଡପ

ଢେଙ୍କାନାଳ ଜିଲ୍ଲାରେ ଜମି ହଡପ ମାମଲା ବଢିବାରେ ଲାଗିଛି । ଦଲାଲଙ୍କ ସମତେ ରେଜିଷ୍ଟ୍ରାର କର୍ମଚାରୀ ଓ ଦଲିଲ ଲେଖକ ମିଶି ଏପରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଅସଲି ମାଲିକଙ୍କ ଜମିକୁ ପଟାରେ ନାମ ବଦଳାଇ ଅନ୍ୟଜଣଙ୍କ ନାମରେ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 3, 2023, 3:27 PM IST

ଜମି ହଡପ ମାମଲା
land dispute case in dhenkanal
ମାତିଛନ୍ତି ଜମି ଦଲାଲ, ନାମ ବଦଳାଇ ଅସଲି ମାଲିକଙ୍କ ଜମି ହଡପ

ଢେଙ୍ଗାନାଳ: ଜିଲ୍ଲାରେ ଥମିବାର ନାଁ ନେଉନାହିଁ ଜମି ହଡପ ଘଟଣା । କାଗଜପତ୍ରରେ ହେରଫେର କରି ଅସଲି ଜମି ମାଲିକ ନାମ ବଦଳାଇ ଅନ୍ୟକୁ ବିକ୍ରି କରାଯାଉଛି । ଢେଙ୍କାନାଲ ସବ ରେଜିଷ୍ଟର କାର୍ଯ୍ୟାଲୟ ଦଲାଲ ଓ ନକଲି ମାଲିକଙ୍କ ଆଡ୍ଡା ପାଲଟିଥିବା ଅଭିଯୋଗ ହୋଇଛି । ଅନେକ ଜମି ହଡପ ମାମଲା ନେଇ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଜମି ଦଲାଲ ଗ୍ୟାଙ୍ଗ୍‌ ସକ୍ରିୟ ହୋଇଛନ୍ତି । ଅସଲି ଜମି ମାଲିକ ନିଜର ଜମିର ସୁରକ୍ଷା ନେଇ ଚିନ୍ତାରେ ପଡିଛନ୍ତି ।

ଅସଲି ଜମି ମାଲିକ ଅଜଣାତରେ ଜମି ଅନ୍ୟ ଜଣ ନାମରେ କରି ଦିଆଯାଉଛି । ନକଲି ଆଧାର ଓ କାଗଜ ପ୍ରସ୍ତୁତ କରି ସବ ରେଜିଷ୍ଟ୍ରାର କର୍ମଚାରୀ ଓ ଦଲିଲ ଲେଖକଙ୍କ ସଲାସୁତରାରେ ନକଲି ସାଜୁଛନ୍ତି ଅସଲି ମାଲିକ । ଆଉ ବିନା ପ୍ରତିବନ୍ଧକରେ ଅସଲି ଜମିକୁ ନକଲି ମାଲିକ ବିକ୍ରି କରିଦେଇ ଲକ୍ଷଲକ୍ଷ ଟଙ୍କା ରୋଜଗାର କରି ମାଲାମାଲ ହେଉଛନ୍ତି । ଏପରି ଏକ ରାକେଟ ଢେଙ୍କାନାଳରେ ବେଶ୍‌ ସକ୍ରିୟ ଥିବା ଜଣାପଡିଛି । କିଛି ଦିନ ପୂର୍ବେ ଏପରି ଦୁଇ ଦୁଇଟି ଘଟଣାରେ ପର୍ଯ୍ୟାୟକ୍ରମେ ୮ରୁ ୧୦ଜଣ ଦଲାଲ ଗିରଫ ହୋଇଛନ୍ତି । ମାତ୍ର ପୁଣି ଏକ ଜମି ହଡପ ଘଟଣା ପଦାକୁ ଆସିଛି । ତାଳଚେର କଲମଛୁଇଁ ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ର ନାମକ ଜଣେ ଅବସର ପ୍ରାପ୍ତ ନାଲକୋ କର୍ମଚାରୀ ଜମି ହଡପ ରାକେଟର ଶିକାର ହୋଇଥିବା ଜଣାପଡିଛି । ତାଙ୍କର ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ମୌଜାର ପ୍ଲଟ ନଂ. ୪ ଖାତା ନଂ.୧୫୦୦ର ୯୫ଡିସମିଲ ଜାଗାକୁ ହଡପ କରି ନିଆଯାଇଥିବା ଜଣାପଡିଛି ।

ଏହି ଜମିର ଅସଲ ମାଲିକ ପ୍ରତାପ ଚନ୍ଦ୍ର ଅନଲାଇନରେ ଯାଞ୍ଚ କରିବାରୁ ତାଙ୍କ ଜାଗା ପ୍ରତାପ କୁମାର ମହାପାତ୍ର ନାମରେ ଅନ୍ୟ ଜଣଙ୍କୁ ବିକ୍ରି ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ସେ ଢେଙ୍କାନାଲ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ସଦର ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଜମି ଫେରସ୍ତ ସାଙ୍ଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବାରମ୍ୱାର ଥାନାରେ ମାମଲା ସତ୍ତ୍ୱେ ପୁଣି ଏପରି ଜମି ହଡପ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ ପୂର୍ବରୁ ଜମି ହଡପ ମାମଲାରେ ଗିରଫ ହୋଇଥିବା ଦୁଇ ଜମି ଦଲାଲ ଅପସର ଖାଁ ଓ ପବିତ୍ର ମହାପାତ୍ର ସାମିଲ ଥିବାବେକେ ଖୋଦ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟର ଶାନ୍ତନୁ ସାହୁ ନାମକ ଦଲିଲ ଲେଖକ ସାମିଲ ଥିବା ଅଭିଯୋଗ ହୋଇଛି ।

ଅସଲି ଜମି ମାଲିକ ପ୍ରତାପ ଚନ୍ଦ୍ର ମହାପାତ୍ର ହୋଇଥିବା ବେଳେ ପ୍ରତାପ କୁମାର ମହାପାତ୍ର ନାମରେ ଜଣେ ଯୁବକ ନକଲି ଆଧାର ଓ ନକଲି ଜମି ପଟା ମାଧ୍ୟମରେ ଏହି ଜମିକୁ ବିକ୍ରି କରାଯାଇଛି । ଗତ ୧୩ ଜୁଲାଇ ୨୦୨୧ ତାରିଖରେ ଭାପୁର ରଠାପଦା ଅଞ୍ଚଳର ଅନ୍ତର୍ଯ୍ୟାମୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଜମି ବିକ୍ରି କରିଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଜମି କିଣା ବିକା ସମୟରେ ଅସଲି ମାଲିକ ଓ ଆଧାର କାର୍ଡ ଓ କାର୍ଡଧାରୀ ଆଖି ଆଦି ଯାଞ୍ଚ କରିବାର ପ୍ରାବଧାନ ରହିଛି । ଏସବୁ ସତ୍ତ୍ୱେ କିପରି ଅସଲି ଜମି ମାଲିକଙ୍କ ଅନୁପସ୍ଥିତିରେ ଜମିକୁ ରେଜିଷ୍ଟ୍ରି କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଆଉ ବାରମ୍ବାର ଏ ସମ୍ପର୍କିତ ମାମଲା ହେଉଥିଲେ ମଧ୍ୟ ପୋଲିସ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହି ଜମି ହଡପ ରାକେଟ ବାରମ୍ବାର ଜମି ହଡପ କରିବାରେ ସକ୍ଷମ ହେଉଥିବା ବୁଦ୍ଧିଜୀବୀମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ଏହି ଅଭିଯୋଗ ପରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ କରୁଥିବା ବେଳେ ଦଲାଲ ତଥା ଦଲିଲ ଲେଖକ ଓ ସାକ୍ଷୀ ପଡିଥିବା ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଇତି ମଧ୍ୟରେ ଏପରି ତିନୋଟି ମାମଲା ଥାନାରେ ରୁଜୁ ହେବା ପରେ ଅସଲି ଜମି ମାଲିକ ତାଙ୍କର ଜମି ସୁରକ୍ଷିତ ନେଇ ଚିନ୍ତାରେ ପଡି ଯାଇଛନ୍ତି । ମାମଲାରେ ଦୃଢ଼ ଓ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।

ଇଟିିଭି ଭାରତ, ଢେଙ୍ଗାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.