ଢେଙ୍କାନାଳ: ଜିଲ୍ଲାରେ ପୁଣି ମାତିଲେ ଚୋର । ରାତି ଅଧରେ ମନ୍ଦିରରେ ବୁଲାଇଲେ କଳାକନା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ତେନ୍ତୁଳିଶିଙ୍ଗା ସ୍ଥିତ ରାମେଶ୍ବର ମନ୍ଦିରର ପାର୍ବତି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି, ଆଲୋଚନାରେ ନାହିଁ ରତ୍ନଭଣ୍ଡାର ପ୍ରସଙ୍ଗ
ଗତକାଲି(ବୁଧବାର) ବିଲମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ତେନ୍ତୁଳିଶିଙ୍ଗା ସ୍ଥିତ ରାମେଶ୍ବର ମନ୍ଦିରର ପାର୍ବତୀ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ମାଆଙ୍କ ରୁପା ମୁକୁଟ, ଖଡୁ ଓ ସୁନା ଅଳଙ୍କାର ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।
ଆଜି(ଗୁରୁବାର) ସକାଳୁ ପୂଜକ ମନ୍ଦିର ନୀତି କରିବା ପାଇଁ ଆସିବା ବେଳକୁ ରାମେଶ୍ବର ମନ୍ଦିରର ଗେଟ ତାଲା ପାର୍ବତୀ ମନ୍ଦିରର ତାଲା ଭାଙ୍ଗି ଗେଟ ଖୋଲା ପଡିଥିଲା । ମନ୍ଦିର ଭିତରକୁ ପଶି ଦେଖିଲାବେଳକୁ ପାର୍ବତୀ ମନ୍ଦିରର ମା'ଙ୍କର ରୁପା ମୁକୁଟ, ରୁପା ଖଡୁ ଓ ସୁନା ଅଳଙ୍କାର ଚୋରି ହୋଇଯାଇଛି । ଏନେଇ ମନ୍ଦିର କମିଟିକୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିବା ସୂଚନା ରହିଛି ।
ଇଟିଭି ଭାରତ, ଢେଙ୍କାନାଳ