ଢେଙ୍କାନାଳ: ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ଅବସରରେ ପାଳିତ ହେବାକୁ ଯାଉଛି କପିଳାସର ଜାଗର ଯାତ୍ରା(Jagar yatra) । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସ ଜାଗର ଯାତ୍ରା ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ ।
ଏହାମଧ୍ୟ ପଢନ୍ତୁ: ଫେବୃଆରୀ ୧୫ରୁ ଜୋରନ୍ଦା ମେଳା, ଶ୍ରଦ୍ଧାଳୁଙ୍କୁ ମହିମାଗାଦି ମନା
ତେବେ କୋଭିଡ ସଂକ୍ରମଣ ଆଶଙ୍କା ରହିଥିବାରୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳିତ ହେବ । ଏହି ଉପଲକ୍ଷେ ଆଜି ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ, କେବଳ ପ୍ରଭୁଙ୍କ ନୀତିକାନ୍ତିରେ ଚଳିତ ବର୍ଷ ଜାଗର ଯାତ୍ରା ସୀମିତ ରହିବ । ଜାଗର ଯାତ୍ରା ଅବସରରେ କପିଳାସ ପୀଠକୁ ସର୍ବସାଧାରଣଙ୍କୁ ବାରଣ ହେବ କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ