ଢେଙ୍କାନାଳ: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଇନ୍ଦିପୁରରେ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ ଜବତ । ଗୁରୁବାର ବିଳମ୍ବିତ ରାତିରେ ଟ୍ରକଗୁଡିକୁ ଜବତ କରାଯାଇଛି । ବେଆଇନ ଭାବେ ମାଙ୍କଡା ପଥର ଖନନ କରି 7 ଟି ଟ୍ରକ ଯୋଗେ ଜିଲ୍ଲା ବାହାରକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ସମସ୍ତ ଗାଡିକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ 7 ଜଣ ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ପଥରଗୁଡିକୁ ଚାଲାଣ କରାଯାଉଥିଲା । କାମାକ୍ଷାନଗର ଉପ ଆରକ୍ଷୀ ଅଧିକାରୀ ସୁପ୍ରଶନ୍ନ ମଲ୍ଲିକ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଟ୍ରକଗୁଡିକୁ 53 ନମ୍ବର ଜାତୀୟ ରାଜପଥ ନିକଟରୁ ଜବତ କରିଥିଲେ । ଏହାପରେ ସେ ସମସ୍ତ ଗାଡିକୁ ଭୁବନ ଥାନାରେ ଜିମା ଦେବା ସହ 7 ଜଣ ଗାଡି ଚାଳଙ୍କୁ ଗିରଫ କରିଥିଲେ । ସମ୍ପୃକ୍ତ ଚାଳକଙ୍କୁ ପଚରାଉଚରା କରାଯିବାରୁ ପଥରଗୁଡିକୁ ଇନ୍ଦୁପୁରରୁ ପଣ୍ଡୁଆ ଦେଇ ଭୁବନ ପାଖେ ଯାଜପୁର ଜିଲ୍ଲାକୁ ଚାଲାଣ କରାଯାଉଥିବା ଜଣାପଡିଛି । ଏ ସମ୍ପର୍କରେ ପୋଲିସ ଛାନଭିନ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ