ଢେଙ୍କାନାଳ: ମାଟି ମାଫିଆଙ୍କ କବଜାରେ ସରକାରୀ ଓ ବେସରକାରୀ ଜମି । ଆଜକୁ ପ୍ରାୟ 2 ମାସ ହେବ ଭୁବନ ତହସିଲ ଅଞ୍ଚଳରୁ ଶହଶହ ଟ୍ରିପର ବେଆଇନ ମୋରମ ବେଧଡକ ଭାବେ ଚାଲାଣ ହେଉଛି । ଯାହାକୁ ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ଏନେଇ ଅସନ୍ତୋଷ ବଢିବାରେ ଲାଗିଛି ।
ସୂଚନାନୁସାରେ, ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଅନ୍ତର୍ଗତ କୀର୍ତ୍ତନପୁର ମୌଜାରେ ଥିବା ସରକାରୀ ଜମିରୁ ଶହଶହ ଟ୍ରିପ ବେଆଇନ ମୋରମ ଚାଲାଣ ହେଉଛି। ପ୍ରାୟ ଦେଢ ଏକର ଜମିରେ ୩୦ ଫୁଟ ଗଭୀରରୁ ମୋରମ ତଡା ଯାଇ ଜେସିବି ସାହାଯ୍ୟରେ ନିଆଯାଉଛି ।
ଏହି ମୋରମକୁ ଭୁବନ ଦେଇ ଯାଉଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ ବ୍ୟବହାର କରାଯାଉଥିବା ଦେଖାଯାଇଛି । ସେପଟେ ସରକାରୀ ଜମିରୁ ହେଉଥିବା ମୋରମ ଚାଲାଣକୁ ନେଇ ନୀରବଦ୍ରଷ୍ଟା ସାଜିଛି ଭୁବନ ତହସିଲ କର୍ତ୍ତୃପକ୍ଷ । ଫଳରେ ଏହି ବେଆଇନ ମୋରମ ଚାଲାଣକୁ କୀର୍ତ୍ତନପୁର ଗ୍ରାମବାସୀ ବିରୋଧ କରି ଆସୁଛନ୍ତି ଏବଂ ଅସନ୍ତୋଷ ବଢିବାରେ ଲାଗିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ