ETV Bharat / state

IGIT ଯୌନ କେଳେଙ୍କାରୀ ଘଟଣା, ଥାନା ଘେରିଲା ବିଜେପି - ଆଇଜିଆଇଟିର ଯୌନ କେଳେଙ୍କାରୀ ଘଟଣା

ଆଇଜିଆଇଟିର ଯୌନ କେଳେଙ୍କାରୀ ଘଟଣା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଲେଜର ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଧାନଙ୍କ ଗିରଫ ଦାବି କରିଛି ବିଜେପି ସାରଙ୍ଗ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ତେଜିଲା ଆଇଜିଆଇଟି ଯୌନ କେଳେଙ୍କାରୀ ଘଟଣା,ବିଜେପି ପକ୍ଷରୁ ଫାଣ୍ଡି ଘେରାଉ
author img

By

Published : Nov 8, 2019, 11:53 PM IST

ଢେଙ୍କାନାଳ: ଜୋର ଧରିଛି ଆଇଜିଆଇଟିର ଯୌନ କେଳେଙ୍କାରୀ ଘଟଣା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ କଲେଜର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନଙ୍କ ଗିରଫ ଦାବି ଜୋର ଧରିଛି । ଏହି ଘଟଣାରେ ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡିକୁ ଘେରାଉ କରିବା ସହ ସମ୍ମୁଖରେ ପରଜଙ୍ଗ ବ୍ଲକ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି ।

ତେଜିଲା ଆଇଜିଆଇଟି ଯୌନ କେଳେଙ୍କାରୀ ଘଟଣା,ବିଜେପି ପକ୍ଷରୁ ଫାଣ୍ଡି ଘେରାଉ

ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ପ୍ରଧାନ ସମେତ ଶତାଧିକ ବିଜେପି କର୍ମୀ ଏହି ଗଣଧାରଣାରେ ଉପସ୍ଥିତ ରହିଥିଲେ ।

ସୂଚନା ଅନୁସାରେ, ଗତମାସ ୨୨ ତାରିଖ ଦିନ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ଆକାଉଣ୍ଟସ ଅଫିସର ଦେବଦତ୍ତ ପ୍ରଧାନଙ୍କ ବାସଭବନରେ ଡିପ୍ଳୋମା ଛାତ୍ରୀଙ୍କୁ ଅଟକ ରଖି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି କେଳେଙ୍କାରୀ ପଦାକୁ ଆସିବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।

କଲେଜର ଅନ୍ୟ କର୍ମଚାରୀ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଆକାଉଣ୍ଟସ ଅଫିସର ଦେବଦତ୍ତ ପ୍ରଧାନକୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ତାଙ୍କ ପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଇ ସାଧାରଣ ଭାବେ ନିଲମ୍ବିତ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଏହି ଘଟଣାରେ କଲେଜର ଅଧ୍ୟକ୍ଷଙ୍କ ସମ୍ପୃକ୍ତ ରହିଛି ଏବଂ ତୁରନ୍ତ ପୋଲିସ ପ୍ରଶାସନ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦେବଦତ୍ତ ପ୍ରଧାନକୁ ଗିରଫ କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି ।

ଏ ସଂପର୍କରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ପରଜଙ୍ଗ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଦେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଜିଆଇଟି ଯୌନ କେଳେଙ୍କାରୀରେ ଅଭିଯୁକ୍ତ କର୍ମଚାରୀର ଗିରଫ ଦାବୀ/ ବିଜେପି ପକ୍ଷରୁ ସରାଙ୍ଗ ଫାଣ୍ଡି ଘେରାଉ କରି ଗଣଧରାଣା
ଆଙ୍କର- ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଆଜିଆଇଟିରେ ଯୌନ କେଳେଙ୍କାରୀ ଘଟଣାର ଅଭିଯୁକ୍ତ କଲେଜର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନଙ୍କ ଗିରଫ ଦାବୀ ଯୋର ଧରିଛି। Body:ଏହି ଘଟଣାରେ ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡିକୁ ଘେରାଉ କରିବା ସହ ସମ୍ମୁଖରେ ପରଜଙ୍ଗ ବ୍ଲକ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ,ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ପ୍ରଧାନ ସମେତ ଶତାଧିକ ବିଜେପି କର୍ମୀ ଏହି ଗଣଧାରଣାରେ ଉପସ୍ଥିତ ଥିଲେ । ଗତ ମାସ ୨୨ ତାରିଖ ଦିନ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ଆକାଉଣ୍ଟସ ଅଫିସର ଦେବଦତ୍ତ ପ୍ରଧାନଙ୍କ ଙ୍କ ବାସଭବନରୁ ଡିପ୍ଳମା ଛାତ୍ରିଙ୍କୁ ରଖି ଅସଦ ବ୍ୟବହାର କାର୍ଯ୍ୟରେ ଲିପ୍ୟତ ରହିବାର କେଳେଙ୍କାରୀ ପଦାକୁ ଆସିବା ପରେ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା । କଲେଜର ଅନ୍ୟ କର୍ମଚାରୀ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଆକାଉଣ୍ଟସ ଅଫିସର ଦେବଦତ୍ତ ପ୍ରଧାନକୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ତାଙ୍କ ପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଯାଇ ସାଧାରଣ ଭାବେ ନିଲମ୍ବିତ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଯାହା କଲେଜର ଅଧ୍ୟକ୍ଷଙ୍କ ସମ୍ପୃକ୍ତ ରହିଛି ଏବଂ ତୁରନ୍ତ ପୋଲିସ ପ୍ରଶାସନ ଏକ ଏଫଆଇଆର ଦର୍ଜ କରି ଅଭିଯୁକ୍ତ ଦେବଦତ୍ତ ପ୍ରଧାନକୁ ଗିରଫ କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି। Conclusion:ଏ ସଂପର୍କରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ,ପରଜଙ୍ଗ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଦେଇଥିବା ଜଣାପଡିଛି।।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.