ETV Bharat / state

ଲାଞ୍ଚ ନେବାବେଳେ ଭିଜିଲାନ୍ସ କାବୁରେ ହିନ୍ଦୋଳ SDPO

author img

By

Published : Jun 1, 2022, 4:40 PM IST

ଲାଞ୍ଚ ନେବାବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ଏସିଏସଟି ମାମଲାରେ ଛନ୍ଦି ଦେବା ଭୟ ଦେଖାଇ ଏକ କ୍ରସରରୁ ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁରେ ହିନ୍ଦୋଳ SDPO

ଢେଙ୍କାନାଳ: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଭିଜିଲାନ୍ସ କାବୁ କରିଛି । ଏକ ଏସିଏସଟି ମାମଲାରେ ଛନ୍ଦି ଦେବା ଭୟ ଦେଖାଇ ଜଣେ କ୍ରସର ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ନେଉଥିଲେ ଏହି ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ । ସୂଚନା ମୁତାବକ, ହିନ୍ଦୋଳ ଅଞ୍ଚଳରେ ବିଭିନ୍ନ କ୍ରସରରୁ ଏସଡିପିଓ ମଳୟ ନାୟକ ବିଭିନ୍ନ ସମୟରେ ନାନା ଭୟ ଦେଖାଇ ମାସିକିଆ ଚାନ୍ଦା ଆଦାୟ କରୁଥିବା ବହୁ ଅଭିଯୋଗ ଉଠୁଥିଲା । ତେବେ ଏସମ୍ପର୍କରେ ମଧ୍ୟ ଭିଜିଲାନ୍ସ ବିଭାଗର ସୂଚନା ରହିଥିଲା ।

ତେବେ ହିନ୍ଦୋଳ ଉପଖଣ୍ଡର କାରନ୍ଦା ଅଞ୍ଚଳରେ ଥିବା ଦୁଃଖବନ୍ଧୁ ସାହୁ ନାମକ ଜଣେ କ୍ରସର ମାଲିକଙ୍କୁ କ୍ରସରରେ କାମ କରୁଥିବା ଦଳିତ ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ପରି ଏସିଏସଟି ମାମଲାରେ ଛନ୍ଦି ଦେବା ଭୟ ଦେଖାଇ ୫୦ ହଜାର ଟଙ୍କା ଦାବି କରିଥିଲେ । ତେବେ ୩୦ ହଜାର ଟଙ୍କା ନେବା ପାଇଁ ମୂଳଚାଲ ଛିଣ୍ଡିଥିଲା । ଏସମ୍ପର୍କରେ ଦୁଃଖବନ୍ଧୁ କଟକ ଭିଜିଲାନ୍ସରେ ଅଭିଯୋଗ କରିବା ମୁତାବକ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଆଜି ଏହି ୩୦ ହଜାର ଟଙ୍କା କ୍ରସର ପାଖରୁ ନେବାବେଳେ ଛକି ବସିଥିବା କଟକ ଭିଜିଲାନ୍ସର ଏକ ଦଳ ମଳୟଙ୍କୁ କାବୁ କରିଥିବା ଜଣାପଡ଼ିଛି । ତାଙ୍କ ଠାରୁ ୩୯ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ଜଣାପଡିଛି । ତେବେ ମଳୟଙ୍କୁ ଗିରଫ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି କି ନାହିଁ ସେସମ୍ପର୍କରେ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.