ଢେଙ୍କାନାଳ : ଢେଙ୍କାନାଳ ସହରର ହାଉସିଂ ବୋର୍ଡ କଲୋନୀର ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଘର ଭିତରେ ବେକରେ ଗାମୁଛା ଗୁଡାଇ ଫ୍ୟାନରେ ମହିଳା ଜଣକ ଝୁଲି ରହିଥିବାର ପୋଲିସ ଦେଖିବାକୁ ପାଇଥିଲେ । ମୃତ ମହିଳା ଜଣଙ୍କ ପ୍ରତିମା ଦାସ, ତାଙ୍କ ଘର ଗଁନ୍ଦିଆ ଥାନା ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମରେ ।
ଢେଙ୍କାନାଲ ବାଜିଚୌକ ଅଞ୍ଚଳରେ ବ୍ୟବସାୟ କରୁଥିବା ଦିଲୀପ ଦାସ ନାମକ ଜଣେ ଯୁବକ ପ୍ରତିମାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଏହି ଭଡାଘରେ ରଖିଥିଲେ ବୋଲି କୁହାଯାଉଛି । ତେବେ ଏହି ମୃତ୍ୟୁ ପଛରେ ପ୍ରକୃତ ରାହସ୍ୟ ଜଣା ନପଡିଥିଲେ ମୃତ ମହିଳାଙ୍କ ଗୋଡ଼ ତଳେ ଲାଗିବା ସନ୍ଦେହ ସୃଷ୍ଟି କରିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ