ETV Bharat / state

ଡ୍ୟାମରେ ବୁଡି ମତ୍ସ୍ୟ ଅଧିକାରୀ ମୃତ - ଢେଙ୍କାନାଳ ମୃତ୍ୟୁ ଖବର

ରବିବାର ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଡ୍ୟାମରେ ବୁଡିଗଲେ ସରକାରୀ କର୍ମଚାରୀ । ତେବେ ଅସାବଧାନତାବଶତଃ ତାଙ୍କ ଗୋଡ ଖସିଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ । ଅଧିକ ପଢନ୍ତୁ...

ଡ୍ୟାମରେ ବୁଡି ସରକାରୀ କର୍ମଚାରୀ ମୃତ
ଡ୍ୟାମରେ ବୁଡି ସରକାରୀ କର୍ମଚାରୀ ମୃତ
author img

By

Published : Apr 20, 2020, 6:39 PM IST

ଢେଙ୍କାନାଳ: ଜିଲ୍ଲାର କଙ୍କଡାହାଡସ୍ଥିତ ଦଣ୍ଡାଧାର ଡ୍ୟାମରେ ଘଟିଛି ଅଘଟଣ । ଶୌଚ ହେବାକୁ ଯାଇଥିବାବେଳେ ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡିଯାଇ ଜଣେ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ଧନଞ୍ଜୟ ହେମ୍ବ୍ରମ l

ଦୀର୍ଘବର୍ଷ ହେବ ଧନଞ୍ଜୟ ଦଣ୍ଡାଧର ମାଣିକେଶ୍ବରୀ ଚର୍ଚ୍ଚିକା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସହକାରୀ ମତ୍ସ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ରବିବାର ସନ୍ଧ୍ୟାରେ ସେ ଶୌଚ ହେବାପାଇଁ ଏହି ଡ୍ୟାମକୁ ଯାଇଥିଲେ । ତେବେ ଅସାବଧାନତାବଶତଃ ତାଙ୍କ ଗୋଡ ଖସିଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ ।

ଡ୍ୟାମରେ ବୁଡି ସରକାରୀ କର୍ମଚାରୀ ମୃତ

ସୋମବାର ସକାଳେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ କଙ୍କଡାହାଡ ପୋଲିସକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଏହାସହ ଶବ ବ୍ୟବଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ନେଇ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.