ETV Bharat / state

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ପ୍ରସ୍ତୁତି ଆରମ୍ଭ, ପରମ୍ପରା ବଞ୍ଚାଇବାକୁ ପ୍ରୟାସ

କୋରୋନା କଟକଣା ଭିତରେ ଚଳିତ ବର୍ଷ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ପୂର୍ବ ବର୍ଷ ଅପେକ୍ଷା ପୂଜାମଣ୍ଡପର ସାଜସଜ୍ଜା ହେବ ନାହିଁ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Oct 10, 2020, 1:50 PM IST

ଢେଙ୍କାନାଳ ଗଜଲକ୍ଷ୍ମୀପୂଜାର ପ୍ରସ୍ତୁତି ଆରମ୍ଭ

ଢେଙ୍କାନାଳ: ଗୋଟିଏ ପଟେ କୋଭିଡ୍‌ ସଂକ୍ରମଣ ଭୟ । ଅନ୍ୟପଟେ ଭକ୍ତିର ଭାବ । ଏହି ଦୋଛକିରେ ପେଷି ହୋଇଯାଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା । ଚଳିତ ବର୍ଷ କେବଳ ପୂଜାରେ ହିଁ ସୀମିତ ରହିଯିବ ଏହି ଉତ୍ସବ । ପ୍ରତିବର୍ଷ ଧୁମଧାମରେ 12 ଦିନ ଧରି ପୂଜା ହୁଏ । ହଜାର ହଜାର ଭକ୍ତଙ୍କ ସମାଗମରେ ଉତ୍‌ଫୁଲିତ ହୋଇଉଠେ ଢେଙ୍କାନାଳ । ଯାହା ଚଳିତ ବର୍ଷ ଦେଖିବାକୁ ମିଳିବନି ।

କୋରୋନା କଟକଣା ପାଇଁ ପୂଜାମଣ୍ଡପର ସାଜସଜ୍ଜା ଉପରେ ରୋକ ଲାଗିଥିବାରୁ ସେହି ଉତ୍ସାହ ଓ ଉଦ୍ଦିପନାରେ ଭଟ୍ଟା ପଡିଯାଇଛି । ହେଲେ ପରମ୍ପରା ବଜାୟ ରଖିବାକୁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଚେଷ୍ଟା ଜାରି ରଖିଛନ୍ତି ।

ଆସନ୍ତା 30 ତାରିଖ କୁମାର ପୂର୍ଣ୍ଣିମାରୁ, ପୂଜା ଆରମ୍ଭ ହେବାକୁ ଥିବାବେଳେ ପ୍ରତିବର୍ଷ ପରି ସୁନିଆରୁ ସହରର 38ଟି ପୂଜା ପ୍ରତିଷ୍ଠାନ ଶୁଭ ମାଟି ଅନୁକୂଳ କରି ମୂର୍ତ୍ତି ତିଆରି ଚଳାଇଛନ୍ତି । ପୂଜା ପାଇଁ ପ୍ରଶାସନ ସହ ମିଳିତ ଲକ୍ଷ୍ମୀପୂଜା କମିଟିର ବୈଠକ ମଧ୍ୟ ହୋଇଛି ।

ଅକ୍ଟୋବର 30ରୁ ନଭେମ୍ବର 8 ତାରିଖ ଯାଏ ପୂଜା ହେବ ବୋଲି ଧାର୍ଯ୍ୟ କରାଯାଇଛି । 9 ତାରିଖ ସକାଳ 11ଟା ସୁଦ୍ଧା ମା’ଙ୍କୁ ବିସର୍ଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ମିଳିତ ଭସାଣି ଉପରେ ରୋକ୍‌ ଲାଗିବା ସହ ସମସ୍ତ କର୍ମକର୍ତ୍ତାଙ୍କ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ସେପଟେ ପୂଜା ସମୟରେ ପ୍ରତିବର୍ଷ ଭଲ ଦି ପଇସା ରୋଜଗାର କରୁଥିବା ବ୍ୟବସାୟୀଙ୍କୁ କିନ୍ତୁ ଚଳିତବର୍ଷ ଘାଟାର ଶିକାର ହେବାକୁ ପଡିଛି । ଜୀବିକା ଅପେକ୍ଷା ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାରୁ ମନକୁ ବୁଝାଇ ନେଇଛନ୍ତି ବ୍ୟବସାୟୀ ।

ତେବେ ସମସ୍ତେ ମା’ଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଥିବାବେଳେ କୋରୋନା କଟକଣା ଏହି ଉତ୍ସାହକୁ କିଛି ମାତ୍ରାରେ ଫିକା ପକାଇଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.