ETV Bharat / state

ବକେୟା ଟଙ୍କାକୁ ନେଇ GAIL india ଠିକା କର୍ମଚାରୀଙ୍କ ଆନ୍ଦୋଳନ - ଗେଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀ ଢେଙ୍କାନାଳ

ବକେୟା ଟଙ୍କାକୁ ନେଇ ଢେଙ୍କାନାଳର ଗେଲ୍‌ ଇଣ୍ଡିଆ ଲିମିଟେଡ଼ କମ୍ପାନୀର କର୍ମଚାରୀଙ୍କ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

workers protest in gail india limited company
ବକେୟା ଟଙ୍କାକୁ ନେଇ ଗେଲ ଇଣ୍ଡିଆ ଠିକା କର୍ମଚାରୀଙ୍କ ଆନ୍ଦୋଳନ
author img

By

Published : Aug 23, 2022, 11:53 AM IST

ଢେଙ୍କାନାଳ: ଭୁବନ ବ୍ଲକ ଜିରାଳଠାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ଼ର ସବଷ୍ଟେସନ ସମ୍ମୁଖରେ ବକେୟା ଟଙ୍କାକୁ ନେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି (workers protest in gail india limited company) । ୬୦ଟି ଠିକାସଂସ୍ଥାର ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କର ପ୍ରାୟ କୋଟି କୋଟି ଟଙ୍କା ଫସି ରହିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ପାରାଦୀପ-ଅନୁଗୁଳ ଗ୍ୟାସ ପାଇପ ଲାଇନର କାର୍ଯ୍ୟକୁ ଗେଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀ (GAIL india limited Dhenkanal) କାର୍ଯ୍ୟ କରି ଆସୁଅଛି । ଯାଜପୁର ଠାରୁ ତୁମୁସିଙ୍ଗା ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ ପୁଞ୍ଜ ଲଏଡ଼ ଲିମିଟେଡ଼ ବା PLL କମ୍ପାନୀ ୧୦୪ କୋଟି ଟଙ୍କାର ପ୍ରୋଜେକ୍ଟ କାର୍ଯ୍ୟର ୱାର୍କ ଅର୍ଡର ପାଇଥିଲା । ଯାହା ଫଳରେ ୨୦୧୭-୧୮ ମସିହାରୁ PLL କମ୍ପାନୀ ପ୍ରାୟ ୨୦୫ ଗୋଟି ଛୋଟ ବଡ଼ ଠିକାସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରିଥିଲା ।

ଯେଉଁ କମ୍ପାନୀରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରାୟ ହଜାର ହଜାର କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ଯମୁନାକୋଟ ଗାଁ ସ୍ଥିତ ରାମିଆଳ ନଦୀର ଭୂତଳ ପାଇପ ଲାଇନ କାର୍ଯ୍ୟକୁ PLL କମ୍ପାନୀ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ କରିବା ସମୟରେ ଗେଲ୍‌ ଇଣ୍ଡିଆ କମ୍ପାନୀ ଚଞ୍ଚକତା କରି କମ୍ପାନୀକୁ କାର୍ଯ୍ୟରୁ ବଏକଟ କରି ଦେଇଥିଲା । ଫଳରେ ଗେଲ ଇଣ୍ଡିଆ ପାଇଁ କାର୍ଯ୍ୟ କରୁଥିବା ୨୦୫ ଗୋଟି ଠିକାସଂସ୍ଥାର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା ।

ଏପରିକି ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କର କୋଟି କୋଟି ଟଙ୍କା ଫସି ରହିଛି । ଯାହାକୁ ନେଇ ଶ୍ରମିକ ଓ କର୍ମଚାରୀମାନେ ଚଳିତ ବର୍ଷ ମେ ମାସରେ ଯାଜପୁର ଠାରେ ଗେଲ୍‌ ଇଣ୍ଡିଆକୁ ବିରୋଧ କରି କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ । ଏହି ହଟ୍ଟଗୋଳକୁ ନେଇ ଗେଲ ଇଣ୍ଡିଆ କମ୍ପାନୀ ସମସ୍ତ ଠିକାସଂସ୍ଥାକୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟଙ୍କା ମିଳିପାରୁନାହିଁ । ଯାହାକୁ ନେଇ ଠିକାସଂସ୍ଥା ଗୁଡିକ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗେଲ ଇଣ୍ଡିଆ ଭୂକ୍ଷେପ କରି ନଥଲା ।

ଫଳରେ ଠିକାସଂସ୍ଥାର ମାଲିକ, ଶ୍ରମିକ ଓ କର୍ମଚାରୀମାନେ ଜିରାଳ ଗାଁ ସ୍ଥିତ ଗ୍ୟାସ ସବଷ୍ଟେସନରେ ତାଲା ପକେଇବା ସହ ଆନ୍ଦୋଳନ କରିଥିଲେ । ତୁରନ୍ତ ବକେୟା ଅର୍ଥ ପ୍ରଦାନ ନକଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ଠିକାସଂସ୍ଥାର ମାଲିକ ଓ ଶ୍ରମିକମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.