ETV Bharat / state

୫ଦଫା ଦାବି ନେଇ କଙ୍କଡାହାଡ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା - dhenkanal latest news

କଙ୍କଡାହାଡ ବ୍ଳକର ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥାକୁ ନେଇ କଙ୍କଡାହାଡ ସାମ୍ବାଦିକ ସଂଘ ପକ୍ଷରୁ ଧାରଣାରେ ଦିଆଯାଇଛି। ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି,ମହାବିରୋଡ଼ ଫାଣ୍ଡି ରେ ୧୦୮ ଆମ୍ବୁଲାନ୍ସ ରହଣି, ଟିକାକରଣରୁ ବଞ୍ଚିତ ଶିଶୁକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଅଧିକ ପଢନ୍ତୁ....

୫ଦଫା ଦାବି ନେଇ କଙ୍କଡାହାଡ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା

author img

By

Published : Sep 18, 2020, 7:46 PM IST

ଢେଙ୍କାନାଳ: ୫ଦଫା ଦାବି ନେଇ କଙ୍କଡାହାଡ ସାମ୍ବାଦିକ ସଂଘର ଧାରଣା । କଙ୍କଡାହାଡ ବ୍ଳକର ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥାକୁ ନେଇ କଙ୍କଡାହାଡ ସାମ୍ବାଦିକ ସଂଘ ଧାରଣାରେ ବସିଛନ୍ତି। ଏହା ବ୍ଲକର ଏକମାତ୍ର ସରକାରୀ ଚିକିତ୍ସାଳୟ ହଇଥିବା ବେଳେ ଏଠାରେ ହଜାର ହଜାର ଲୋକେ ନର୍ଭରଶୀଳ ।

୫ଦଫା ଦାବି ନେଇ କଙ୍କଡାହାଡ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା

ଆଦିବାସୀ ବହୁଳ କଙ୍କଡାହାଡ ବ୍ଳକର ସରକାରୀ ଡାକ୍ତରଖାନା ମହାବିରୋଡ ଉପରେ 10ଟି ପଞ୍ଚାୟତର ୪୨ ଟି ରାଜସ୍ବ ଗାଁ ର ୫୫ ହଜାର ଉର୍ଦ୍ଧ ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ୪୮ ବର୍ଷ ତଳେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଡାକ୍ତରଖାନା ସ୍ଥାପନ ହୋଇଥିଲା। କିଛି ବର୍ଷ ପରେ ଏହି ଡାକ୍ତରଖାନାକୁ ନିୟମିତ ଡାକ୍ତର ଆସୁନଥିବା ଯୋଗୁଁ ଗରିବ, ନୀରିହ ଆଦିବାସୀ ହରିଜନ ସଂପ୍ରଦାୟର ଲୋକମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ନପାଇ ଅକାଳରେ ଜୀବନ ହରାଉଛନ୍ତି। ଏଥିସହ ଦୁଇ ମାସ ହେଲାଣି ନବଜାତ ଶିଶୁ, ଗର୍ଭବତୀ ଓ ପ୍ରସୂତି ମାନଙ୍କୁ ଜୀବନ ରକ୍ଷାକାରୀ ଟିକା ଦିଆଯାଉ ନାହିଁ। ଫଳରେ ଶତାଧିକ ଶିଶୁ ଟୀକାରୁ ବଞ୍ଚିତ ହେଉଛନ୍ତି।

ତେବେ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି,ମହାବିରୋଡ଼ ଫାଣ୍ଡି ରେ ୧୦୮ ଆମ୍ବୁଲାନ୍ସ ରହଣି, ଟିକାକରଣରୁ ବଞ୍ଚିତ ଶିଶୁକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହା ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ , ଡାକ୍ତରଖାନା ଭିତରେ କୋଭିଡ ପରୀକ୍ଷାକେନ୍ଦ୍ର ଓ ପାଥୋଲ୍ୟାବ୍ ପ୍ରତିଷ୍ଠା, ସ୍ଥାୟୀ ଏଏନଏମ ଆଦି ଦାବି ନେଇ ଧାରଣାରେ ବସିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.