ETV Bharat / state

ଠିକାଦାରଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଗଲେ - ଢେଙ୍କାନାଳ ଠିକାଦାରଙ୍କ ଉପରକୁ ଗୁଳିମାଡ଼

ଢେଙ୍କାନାଳରେ ଠିକାଦାରଙ୍କୁ ଉପରକୁ ଗୁଳିମାଡ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଠିକାଦାରଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ

author img

By

Published : Dec 28, 2022, 10:44 PM IST

ଢେଙ୍କାନାଳ: ଠିକାଦାରଙ୍କ ଉପରକୁ ଗୁଳିମାଡ଼ । ତାଙ୍କୁ ଆକ୍ରମଣ ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁବୃର୍ତ୍ତମାନେ ଠିକାଦାରଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ହାବୁଡ଼ରୁ ଖସି ପଳାଇଥିଲେ ଠିକାଦାର । ଏହା ପରେ ଠିକାଦାରଙ୍କ କାରକୁ ଦୁବୃର୍ତ୍ତମାନେ ନେଇ ପଳାଇଥିଲେ । ଏହି ଠିକାଦାର ଜଣଙ୍କ କାମାକ୍ଷାନଗର ଅଞ୍ଚଳର କାହ୍ନୁ ସାହୁ ।

ସୂଚନା ଅନୁଯାୟୀ, ଆଜି ( ବୁଧବାର ) କାହ୍ନୁ ତାଙ୍କ କାର ଯୋଗେ ଢେଙ୍କାନାଲ ପୂର୍ତ୍ତ କାର୍ଯ୍ୟାଳୟକୁ ଯାଉଥିଲେ । ପୂର୍ତ୍ତ ବିଭାଗ ଆଫିସ ସମ୍ମୁଖରେ ସେ କାରରୁ ବାହାରିବା ବେଳେ ଅଚାନକ ୪ଜଣ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ମାତ୍ର ଗୁଳି ତାଙ୍କ ଦେହରେ ବାଜିବା ପୂର୍ବରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କୁ ଜବରଦସ୍ତ ଅପହରଣ କରି ନେବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ଏହା ପରେ ତାଙ୍କ ଚାରି ଚକିଆ ଯାନକୁ ଦୁବୃର୍ତ୍ତମାନେ ନେଇ ପଳାଇଥିବା ଜଣାପଡିଛି । ଟାଉନ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ତନାଘନା କରିଥିବା ବେଳେ ଗୁଳିର ଖୋକାକୁ ଜବତ କରିଛି ।

ଏହି ଆକ୍ରମଣର କାରଣ ଏପର୍ଯ୍ୟନ୍ତ ଜଣାପଡିପାରିନାହିଁ । ଏହି ଆକ୍ରମଣ ବାବଦରେ ଠିକାଦାର କାହ୍ନୁ କହିଛନ୍ତି ଯେ ଗତ ଅକ୍ଟୋବର ୧୮ ତାରିଖରେ କାମାକ୍ଷାନଗର ବାସ ଭବନରେ ତାଙ୍କୁ ବ୍ରିଜା କାର ଉପରକୁ ବୋମା ମାଡ କରାଯାଇଥିଲା । ସେହି ବୋମା ମାଡ ଘଟଣାରେ କାମାକ୍ଷାନଗର ଥାନାରେ ମାମଲା ରୁଜୁ କରିଥିଲେ କାହ୍ନୁ । ଏଘଟଣାକୁ ତଦନ୍ତ କରିବାକୁ ଯାଇ ପୋଲିସ ସିସିଟିଭି ଫୁଟେଜ ଚେକ୍ କରିଥିଲା । ଦୁଇ ଜଣ ଦୁବୃର୍ତ୍ତ ମୁଖା ପିନ୍ଧି ବୋମା ମାଡ଼ କରିଥିବା ଜଣାପଡ଼ିଛି । ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁବୃର୍ତ୍ତମାନଙ୍କୁ ଧରିବାରେ ବିଫଳ ରହିଛି । ଆଜି କାହ୍ନୁଙ୍କ ଉପରକୁ ପୁଣି ଥରେ ଆକ୍ରମଣ ହୋଇଛି । ତେବେ ଢେଙ୍କାନାଲ ଟାଉନ ପୁଲିସ ଏହି ଗୁକିକାଣ୍ଡ ଘଟଣା ପରେ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.