ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କିଛି ଦିନର ବ୍ୟବଧାନ ପରେ ପୁଣି ଦୁଇଦିନ ଧରି କ୍ରମାଗତ ଭାବେ ଜଳୁଛି ଜଙ୍ଗଲ । ଗତକାଲି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଫୁଲଝରି, କରଡାପାଳ ଓ ବନ୍ଦାଣିଆ ଗ୍ରାମ୍ୟ ଜଙ୍ଗଲ ଜଳୁଥିଲା ।
ସେହିଭଳି ଆଜି(ରବିବାର) କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ତିଳେଇବେଣ ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ । ଫଳରେ ଏକର ଏକର ଜଙ୍ଗଲ ପୋଡି ପାଉଁଶ ହେବା ସହ ବହୁ ମୁଲ୍ୟବାନ ଗଛ ସବୁ ନଷ୍ଟ ହୋଇଛି । ଏପଟେ ବନ୍ୟଜନ୍ତୁ ସବୁ ଗ୍ରାମ ମୁହାଁ ହେଉଛନ୍ତି। ଭୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।
ଖବରପାଇ ଘଟଣାସ୍ଥଳରେ ରେଞ୍ଜରଙ୍କ ସମେତ ୧୦ ଜଣିଆ ଟିମ ନିଆଁ ଲାଗିଥିବା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ କରିଥିବା ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ