ETV Bharat / state

ନୃଶଂସ ସ୍ବାମୀର ଫାର୍ସା ଚୋଟରେ ମା' ଓ ଦୁଇ ଝିଅ ଗୁରୁତର

ଢେଙ୍କାନାଳ କାମାକ୍ଷାନଗର ଡିମିରିଆ ଗ୍ରାମରେ ଆଜି(ଶୁକ୍ରବାର) ସକାଳେ ଘଟିଛି ଏପରି ଅଭାବନୀୟ କାଣ୍ଡ । ନୃଶଂସ ସ୍ବାମୀକୁ କାମାକ୍ଷାନଗର ପୋଲିସ ଗିରଫ କରିଛି। ଅଧିକ ପଢନ୍ତୁ...

author img

By

Published : Apr 2, 2021, 3:08 PM IST

ନୃଶଂସ ସ୍ବାମୀର ଅଭାବନୀୟ କାଣ୍ଡ
ନୃଶଂସ ସ୍ବାମୀର ଅଭାବନୀୟ କାଣ୍ଡ

ଢେଙ୍କାନାଳ: ନୃଶଂସ ସ୍ବାମୀର ଅଭାବନୀୟ କାଣ୍ଡ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡିମିରିଆ ଗ୍ରାମରେ ନୃଶଂସ ସ୍ବାମୀ ଫାର୍ସା ଚୋଟରେ ମା' ଓ ଦୁଇ ଝିଅ ଗୁରୁତର । ନୃଶଂସ ସ୍ବାମୀ କୁ କାମାକ୍ଷାନଗର ପୋଲିସ ଗିରଫ କରିଛି। ଢେଙ୍କାନାଳ କାମାକ୍ଷାନଗର ଡିମିରିଆ ଗ୍ରାମରେ ଆଜି(ଶୁକ୍ରବାର) ସକାଳେ ଘଟିଛି ଏପରି ଅଭାବନୀୟ କାଣ୍ଡ ।

ନୃଶଂସ ସ୍ବାମୀର ଫର୍ସା ଚୋଟରେ ମା' ଓ ଦୁଇ ଝିଅ ଗୁରୁତର

ସ୍ବାମୀ କାମଧନ୍ଦା ନକରି ଘରେ ବସିରହିବାକୁ ପ୍ରତିବାଦ କରିବାରୁ ଘଟାଇଛି ନୃଶଂସକାଣ୍ଡ । ଏପରିକି ଏକ ଫର୍ସାରେ ପତ୍ନୀଙ୍କୁ ଆକ୍ରମଣ କରିବା ବେଳେ ପ୍ରତିବାଦ କରିଥିଲେ ଦୁଇ ଝିଅ । ଏଥିପାଇଁ ରକ୍ତମୁଖା ପାଲଟିଥିବା ବାପା ଦୁଇ ଝିଅଙ୍କୁ ମଧ୍ୟ ଛାଡିନାହିଁ । ଫଳରେ ବାପାର ଫାର୍ସା ଚୋଟରେ ପତ୍ନୀ ମିନାକ୍ଷୀ ରାଉତ, ବଡ଼ଝିଅ ଅଞ୍ଜଳି ରାଉତ (୨୩)ଓ ସାନଝିଅ ମୋନାଲିସା ରାଉତ (୧୫) ୃଗୁରୁତର ହୋଇଛନ୍ତି । ବାପର ଏପରି ନୃଶଂସ କାଣ୍ଡରେ ମା’ ଓ ଝିଅ ଚିତ୍କାର କରିବାରୁ ଗ୍ରାମବାସୀ ମିଶି ତାକୁ କାବୁ କରିଥିବା ଜଣାପଡ଼ିଛି ।

ସେପଟେ ଗୁରୁତର ମା' ଓ ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମା ଝିଅ ତିନି ଜଣଙ୍କୁ କଟକ ଏସସିବିକୁ ସ୍ଥାନନ୍ତର କରାଯାଇଛି । ଆକ୍ରମଣରେ ବ୍ୟବହୃତ ଏକ ଫର୍ସାକୁ ମଧ୍ୟ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.