ଢେଙ୍କାନାଳ: ଭୁବନ ଥାନା ଅନ୍ତର୍ଗତ ମହୁଲପାଳ, ବେଣ୍ଟଶାଳିଆ ଓ କୁଣ୍ଡା ଗ୍ରାମର ବିଭିନ୍ନ ସ୍ଥାନରେ ଢେଙ୍କାନାଳ ଓ କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଏଥିରେ ୬୫୦୦ ଲିଟର ପୋଚ ନଷ୍ଟ କରିବା ସହିତ ୪୩ଟି ଡ୍ରମ ଓ ୩୦ ଟି ପଲିଥିନ ବ୍ୟାଗ ଜବତ ହୋଇଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନାନୁଯାୟୀ, ଘଟଣାସ୍ଥଳରୁ କାହାକୁ ଗିରଫ କରାଯାଇନାହିଁ । ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ସମିର କୁମାର ମହାନ୍ତି ନେତୃତ୍ବରେ ଏକ ଦଳ କାମାକ୍ଷାନଗର ଅବକାରୀ ବିଭାଗ ଦଳ ମିଶି ଏକ ସଙ୍ଗେ ମିଶି ଏହି ଚଢାଉ କରିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ