ETV Bharat / state

ଧାନ ଫସଲ ଜଗିଲା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା - elephant killed farmer in dhenkanal

ଧାନ ଫସଲ ଜଗିବା ହେଲା କାଳ । ଫସଲ ଜଗିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା । ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ।

ଧାନ ଫସଲ ଜଗିଲା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା
author img

By

Published : Nov 19, 2019, 12:37 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ହାତୀ ଉପଦ୍ରବ । ଦନ୍ତାହାତୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପରଜଙ୍ଗ ଥାନା ଗଡପଳାଶୁଣି ଗାଁର ନାରାୟଣ ନାଏକ । ସେ ସୋମବାର ବିଳମ୍ବିତ ରାତିରେ ଧାନ ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ସୋମବାର ରାତିରେ ଗାଁ ଲୋକେ ଫସଲ ଜଗିଥିବା ବେଳେ ହଠାତ୍ କ୍ଷେତକୁ ଚାଲିଆସିଥିଲେ ହାତୀ ପଲ। ହେଲେ ଦନ୍ତା ହାବୁଡରେ ନାରାୟଣ ପଡିଯିବାରୁ ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ପରଜଙ୍ଗ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବାରମ୍ବାର ଏହି ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଧାନ ଫସଲ ଜଗିଲା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ପର୍ଜଙ୍ଗ ମହାବିରୋଡ଼ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି/ ଧାନ ଜଗିଥିବା ଚାଷୀଙ୍କୁ କ୍ଷେତରେ କଚାଡି ମାରିଲା ଦନ୍ତା। ଅଳ୍ପକେ ବର୍ତିଲେ ଅନ୍ୟମାନେ

ଆଙ୍କର- ବିଳମ୍ବିତ ରାତିରେ ଧାନ ଜଗିଥିବା ଚାଷୀଙ୍କୁ କଚାଡି ମାରିଲା ଦନ୍ତା । ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହବିରୋଡ଼ ରେଞ୍ଜ ଅଧୀନରେ ଥିବା ଗଡ଼ପଳାଶୁଣି ଗ୍ରାମ ଗୁଡ଼ିଆନାଳୀ ନିକଟରେ । Body:ମୃତକ ଢେଙ୍କାନାଳ ପରଜଙ୍ଗ ଥାନା ଗଡ଼ପଳାଶୁଣି ଗ୍ରାମର ନାରାୟଣ ନାଏକ । ନାରାୟଣ ,ରାତିରେ ଗ୍ରାମର କିଛି ଲୋକଙ୍କ ସହ ମିଶି ଧାନ ଫସଲ ଜଗି ଥିବା ବେଳେ ଏକ ହାତୀ ପଲ ଚାଷ ଜମିକୁ ଚାଲି ଆସିଥିଲେ । ତେବେ ସେଠାରେ ସେ ହାତୀ ସହ ମୁହାଁ ମୁହିଁ ହୋଇ ଯାଇଥିଲେ । ଅନ୍ୟ ଚାଷୀମାନେ ଅଳ୍ପକେ ଏହି ହାତୀ ଆକ୍ରମଣରୁ ବର୍ତି ଯାଇଥିବା ଜଣାପଡିଛି। ତେବେ ଏକ ଦନ୍ତା ହାତୀ ନାରାୟଣଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳକୁ ମହବିରୋଡ଼ ରେଞ୍ଜର ସୁବ୍ରତ ବେହେରା ବୁଲି ଦେଖିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । Conclusion:ବିଶେଷକରି ଏହି ଅଞ୍ଚଳରେ ହାତୀ ମାନଙ୍କ ଉପଦ୍ରବ ଜାରି ରହିଥିବାରୁ ଧାନ ଚାଷୀମାନେ ସେମାନଙ୍କ ଫସଲ ସହ ନିଜ ଜୀବନ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.