ETV Bharat / state

କଟକଣା ସତ୍ତ୍ବେ ଢେଙ୍କାନାଳରେ ଶାନ୍ତି ଶୃଙ୍ଖଳାରେ ଇଦ୍‌ ପାଳିତ

author img

By

Published : May 25, 2020, 9:31 PM IST

Updated : May 26, 2020, 2:00 PM IST

ଲକଡାଉନ କଟକଣା ଯୋଗୁଁ ଢେଙ୍କାନାଳରେ ଫିକା ପଡିଛି ଇଦ ପର୍ବ । ମସଜିଦ ବନ୍ଦ ଯୋଗୁଁ ଘରେ ପ୍ରାର୍ଥନା କରି ପାଳନ କରିଛନ୍ତି ପବିତ୍ର ଇଦ ।

eid in dhenkanal, eid, dhenkanal latest news, eid amid lockdown, dhenkanal lockdown, ଢେଙ୍କାନାଳରେ ଇଦ୍‌, ଇଦ୍‌, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ ଲକଡାଉନ, ଲକଡାଉନରେ ଇଦ୍‌
କଟକଣା ସତ୍ତ୍ବେ ଢେଙ୍କାନାଳରେ ଶାନ୍ତି ଶୃଙ୍ଖଳାରେ ଇଦ୍‌ ପାଳିତ

ଢେଙ୍କାନାଳ: ଲକଡାଉନ କଟକଣା ଯୋଗୁଁ ଢେଙ୍କାନାଳରେ ଫିକା ପଡିଛି ଇଦ ପର୍ବ । ମସଜିଦ ବନ୍ଦ ଯୋଗୁଁ ଘରେ ପ୍ରାର୍ଥନା କରି ମୁସଲିମ ସମ୍ପ୍ରଦାୟ ପାଳନ କରିଛନ୍ତି ପବିତ୍ର ଇଦ । ପବିତ୍ର ରମଜାନ ମାସରେ ରୋଜା ବ୍ରତ ପାଳନ କରି ଇଦରେ ସମୂହ ଭାବେ ମସଜିଦକୁ ଯାଇ ମୁସଲିମ ସମ୍ପ୍ରଦାୟ ପାଳନ କରନ୍ତି ଏହି ଉତ୍ସବ । ମାତ୍ର ଲକଡାଉନର କଡା କଟକଣା ଯୋଗୁଁ ଢେଙ୍କାନାଳରେ ଏହା ଫିକା ପଡିଯାଇଛି ।

ସହରରର ମୀନା ବଜାର ଓ କାଞ୍ଚନ ବଜାରଠାରେ ଥିବା ଦୁଇଟି ମସଜିଦକୁ ସକାଳୁ ପୋଲିସମାନେ ଜଗି ରହିଥିବାରୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ଘରେ ଘରେ ପ୍ରାର୍ଥନା କରିଥିଲେ । ଏପରିକି ସହରର ଭଗବାନପୁରଠାରେ ଥିବା ସେମାନଙ୍କ କବ୍ରିସ୍ଥାନକୁ ମଧ୍ୟ ବନ୍ଦ ରଖାଯାଇଥିଲା । ତଥାପି ଶାନ୍ତି ଶୃଙ୍ଖଳାର ସହ ଏହି ଇଦ ପର୍ବ ଲୋକମାନେ ପାଳିଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ସଂଖ୍ୟା ଲଘୁ ସଂଘର ସଭାପତି । ସେପଟେ ଶାନ୍ତି ଶୃଙ୍ଖଳାର ସହ ଇଦ ପାଳନ ହୋଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଟାଉନ ଥାନା ଅଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 26, 2020, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.