ETV Bharat / state

ଢେଙ୍କାନାଳରୁ ବିପୁଳ ପରିମାଣର ନକଲି ମଦ ଜବତ, 3 ଗିରଫ

author img

By

Published : Oct 16, 2022, 6:00 PM IST

ଢେଙ୍କାନାଳରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବାବେଳେ, ବିପୁଳ ମଦ ସହ 3ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳରୁ ବିପୁଳ ପରିମାଣର ନକଲି ମଦ ଜବତ
ଢେଙ୍କାନାଳରୁ ବିପୁଳ ପରିମାଣର ନକଲି ମଦ ଜବତ

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜାରେ ମାତିଲେ ମଦ ବେପାରୀ । ଢେଙ୍କାନାଳରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବାବେଳେ, ବିପୁଳ ମଦ ସହ 3ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ମଦ କାରବାର ଚାଲିଥିବା ନେଇ କୌଣସି ଏକ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଗତକାଲି(ଶନିବାର) ରାତିରେ ବିଶେଷ ସୁତ୍ରରୁ ଖବରପାଇ ଚଢାଉ କରିଥିଲା ।

ଢେଙ୍କାନାଳରୁ ବିପୁଳ ପରିମାଣର ନକଲି ମଦ ଜବତ

ଚଢାଉ ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହ 3ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ 3 ଅଭିଯୁକ୍ତ ହେଲେ ରୋଡ ଗ୍ରାମର ସୁରସେନ ବେହେରା, ଅନ୍ତର୍ଯ୍ୟାମୀ ବିଶ୍ବାଳ ଓ ଲୋଧଣି ଗ୍ରାମର ପାଣ୍ଡବ ପୃଷ୍ଟି । ତେବେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପରଜଙ୍ଗ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ କାମାକ୍ଷାନଗର, ଗଁଦିଆ, ପରଜଙ୍ଗ ଅବକାରୀ ଓ ଜିଲ୍ଲା ମୋବାଇଲ ସ୍କ୍ବାର୍ଡରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ସେବା: ଆଇଟି ମନ୍ତ୍ରୀ

ଏନେଇ ପରଜଙ୍ଗ ଅବକାରୀ ଅଧିକାରୀ କହିଛନ୍ତି ଯେ, "ଲକ୍ଷ୍ନୀପୂଜା କଣ୍ଟ୍ରୋଲ ରୁମ ଡ୍ୟୁଟି ସମୟରେ ଅବକାରୀ ଚଢାଉ ଚାଲିଛି । ଆମେ ବିଶେଷ ସୁତ୍ରରୁ ଖବରପାଇଥିଲୁ ଯେ ରୋଡ ଏବଂ ଲୋଧଣି ଗ୍ରାମରେ ନକଲି ମଦ କରବାର ଚାଲିଛି । ଏହାପର ଆମେ ଅତର୍କିତ ଭାବେ ଚଢାଉ କରିଥିଲୁ । କାମାକ୍ଷାନଗର, ଗଁଦିଆ, ପରଜଙ୍ଗ ଅବକାରୀ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏହି ଚଢାଉ କରାଯାଇଥିଲା । ଚଢାଉ ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ଏବଂ ନକଲି ମଦ ଜବତ କରାଯାଇଥିଲା । ଏହା ସହ ଆମେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ ।"

ସୂଚନାଯୋଗ୍ୟ ଯେ, "ସେପ୍ଟେମ୍ବର 23 ତାରିଖରେ ଖୋର୍ଦ୍ଧାରୁ ବିପୁଳ ପରିମାଣରେ ନକଲି ମଦ ଜବତ କରାଯାଇଥିଲା । ବେଗୁନିଆ ଥାନା ରାସୋଳ ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦୨୦ ଲିଟର ଚୋରା ଦେଶୀ ମଦ ସହ ଚୋରା ମାରୁତି କାର୍‌ ଜବତ କରାଯାଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିସା । ସେହି ଗ୍ରାମର ରଜନୀକାନ୍ତ ପାଇକରାୟ ଓରଫ ରଜିଆ ନିଜ ଭାଟିରେ ଦେଶୀ ମଦ ପ୍ରସ୍ତୁତ କରି ଏକ ନମ୍ବର ବିହୀନ କାର୍‌ରେ ଅନ୍ୟତ୍ର ପଠାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ଏସଆଇ ରାଜେଶ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୨ଟି ଦଳ ଚଢ଼ାଉ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.