ଢେଙ୍କାନାଳ: ଲାଞ୍ଚ ନଦେଲେ ଘୁଞ୍ଚୁନି ଫାଇଲ । ଆଉ ଏହି ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି ସରକାରୀ ବାବୁ । ପଞ୍ଚାୟତ ଏଲଇଡି ଲାଇଟ ବିଲ ପାସ କରିବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଆରଡିଏ କନିଷ୍ଠ ଯନ୍ତ୍ରୀ ବିପିନ ଦାସ ।
ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲାର ୬ଟି ବ୍ଲକ୍ ପଞ୍ଚାୟତରେ ଅଲୋକୀକରଣ ପାଇଁ ଏଲଇଡ଼ି ଲାଇଟ ଲଗାଉଥିବା କେନ୍ଦ୍ରାପଡା ଅଞ୍ଚଳର ଜଗମୋହନ ପଣ୍ଡା ନାମକ ଜଣେ ଠିକାଦାରଙ୍କ ଠାରୁ ବିଲ ପାସ ପାଇଁ 16 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିପିନ୍ । ପରେ ଏନେଇ ଜଗମୋହନ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।
ଆଉ ଅଭିଯୋଗ ପାଇ ଢେଙ୍କାନାଲ ଭିଜିଲାନ୍ସ ଟିମ ଛକି ରହି ତାଙ୍କୁ ଲାଞ୍ଚ ନେବା ସମୟରେ କାବୁ କରିଥିଲା । ଗିରଫ ପରେ ତାଙ୍କ ଠାରୁ ରାସାୟନିକ ରଙ୍ଗ ବୋଳା ଲାଞ୍ଚ ୧୬ ହଜାର ଟଙ୍କା ଭିଜିଲାନ୍ସ ଜବତ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ