ଢେଙ୍କାନାଳ: ପୌରସଂସ୍ଥା ପକ୍ଷରୁ ମାସ୍କ ବଣ୍ଟନ । କୋରନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ରହିଛି । ମହାମାରୀ କୋରୋନାକୁ ରୋକିବା ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
ଢେଙ୍କାନାଳ ଗୁରୁବାର ଠାରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଫଳରେ ଗୁରୁବାର ପୂର୍ବାହ୍ନରେ ଢେଙ୍କାନାଳ ସହରର ବିବି ହାଇସ୍କୁଲ ପଡ଼ିଆରେ ଥିବା ଅସ୍ଥାୟୀ ପରିବା ମାର୍କେଟରେ ପୌରସଂସ୍ଥା ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି । ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଏହି ମାସ୍କ ବଣ୍ଟନ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ