ETV Bharat / state

ଢେଙ୍କାନାଳରେ ଆଜି ସର୍ବାଧିକ ୪୮୨ ସଂକ୍ରମିତ ଚିହ୍ନଟ

author img

By

Published : May 23, 2021, 6:43 PM IST

ଢେଙ୍କାନାଳରେ ବଢିଚାଲିଛି କୋରୋନା ସଂକ୍ରମଣ ମାମଲା । ଗତ 24 ଘଣ୍ଟାରେ ଚିହ୍ନଟ ହେଲେଣି ସର୍ବାଧିକ 482 ଆକ୍ରାନ୍ତ । ଅଧିକ ପଢନ୍ତୁ....

ଢେଙ୍କାନାଳରେ ଆଜି ସର୍ବାଧିକ ୪୮୨ ସଂକ୍ରମିତ ଚିହ୍ନଟ
ଢେଙ୍କାନାଳରେ ଆଜି ସର୍ବାଧିକ ୪୮୨ ସଂକ୍ରମିତ ଚିହ୍ନଟ

ଢେଙ୍କାନାଳ : ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଆଜି ଜିଲ୍ଲାରେ ସର୍ବାଧିକ ୪୮୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲାରେ ସର୍ବାଧିକ ରେକର୍ଡ ଟପିଛି । ଆଜି ଚିହ୍ନଟ ୪୮୨ ସଂକ୍ରମିତଙ୍କ ମଧ୍ୟରୁ ଗୃହ ସଙ୍ଗରୋଧରୁ ୪୬୭ ଓ ହସପିଟାଲରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ କଙ୍କଡାହାଡ ବ୍ଲକରୁ ୧୦୩ ଜଣ, ସଦର ବ୍ଲକରୁ ୯୭, ପରଜଙ୍ଗରୁ ୭୦, ଢେଙ୍କାନାଳ ମ୍ୟୁନିସପାଲଟିରୁ ୬୬, ହିନ୍ଦୋଳରୁ ୪୮, ଓଡାପଡା ୩୬, କାମାକ୍ଷାନଗର ୩୫, ଗଦିଁଆ ୯, କାମାକ୍ଷାନଗର ଏନଏସିରୁ ୧୧, ହିନ୍ଦୋଳ ଏନଏସିରୁ ୩ ଜଣ, ଭୁୁବନ ବ୍ଲକ ଓ ଏନଏସିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୯୪୨କୁ ବୃଦ୍ଧି ପାଇଛି । ସେଥିରୁ ୭୮୨୮ଜଣ ସୁସ୍ଥ ହୋଇସାରିଥିବା ମଧ୍ୟ ସରକାରୀ ଭାବେ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୨୦୮୦ ଜଣ ଚିକତ୍ସାଧୀନ ଅଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୩୪ରେ ପହଞ୍ଚିଛି । ଏବେ ଗ୍ରାମାଞ୍ଚଳ ଗୁଡିକରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସାଧାରଣରେ ଚିନ୍ତାର କାରଣ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.