ETV Bharat / state

୭ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ ସ୍ବାମୀ, ଭୁବନେଶ୍ବରରୁ ଧରିଲା ପୋଲିସ

author img

By

Published : Apr 22, 2023, 7:29 AM IST

୭ବର୍ଷ ପରେ ପତ୍ନୀହନ୍ତା ଗିରଫ । ଢେଙ୍କାନାଳରେ ଗର୍ଭବତୀ ପତ୍ନୀକୁ ଅତି ନିର୍ମମ ଭାବେ ଗଲା କାଟି କରିଥିଲା ହତ୍ୟା କରିଥିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

୭ବର୍ଷ ପରେ ଗିରଫ ହେଲା ହତ୍ୟାକରୀ
୭ବର୍ଷ ପରେ ଗିରଫ ହେଲା ହତ୍ୟାକରୀ

୭ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ ସ୍ବାମୀ

ଢେଙ୍କାନାଳ: ପୁଅର ଘର ମଧ୍ୟପ୍ରଦେଶ ଓ ଝିଅର ଢେଙ୍କାନାଳ । ଉଭୟ ପ୍ରେମରେ ପଡି ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ନିଜ ଗାଁ ମଧ୍ୟପ୍ରଦେଶ ଯିବା ପାଇଁ ସ୍ବାମୀ ଜିଦି କରିଥିଲା । ଏଥିରେ ରାଜି ନହେବାରୁ ୭ମାସର ଗର୍ଭବତୀ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ବାମୀ । ପତ୍ନୀ ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ଗଳା କାଟି ହତ୍ୟା ପରେ ବିଶ୍ୱାସ ଘାତକ ଅଭିଯୁକ୍ତ ସ୍ୱାମୀ ନିଜ ଘର ମଧ୍ୟପ୍ରଦେଶକୁ ଫେରାର ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ଫସି ରହିଥିବା ୧୧ ବିଦେଶୀ ଟ୍ରେକର ଉଦ୍ଧାର କଲା SDRF ଟିମ

ଗତ ୨୦୧୬ ମସିହା ଜୁନ ୧୩ ତାରିଖରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଦେଇପୁରରେ ଘଟିଥିଲା ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ସରଦେଇପୁରର ଖୁଲଣା ପ୍ରତିହାରୀ ନାମକ ଜଣେ ଗର୍ଭବତୀ ମହିଳା ଏହି ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଦିନ ମଜୁରିଆ ଭାବେ ରହୁଥିବା ମଧ୍ୟପ୍ରଦେଶର ରାମଜି ଅହୀରୱର ନାମକ ଜଣେ ଯୁବକଙ୍କ ସହ ଖୁଲଣାଙ୍କର ପରିଚୟ ହୋଇଥିଲା । ପ୍ରଥମେ ପ୍ରେମ ଓ ବିବାହ ପରେ ୭ମାସର ଗର୍ଭବତୀ ହୋଇଥିଲେ ଖୁଲଣା । ତେବେ ଖୁଲଣା ପୂର୍ବରୁ ବିବାହ କରିଥିବା ସନ୍ଦେହ କରିଥିଲା ରାମଜି । ଏପରିକି ତାଙ୍କୁ ମଧ୍ୟପ୍ରଦେଶ ନିଜ ଘରକୁ ଯିବା ପାଇଁ ବାଧ୍ୟ କରିଥିଲା । ମାତ୍ର ଖୁଲାଣା ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ରକରି ଅଭିଯୁକ୍ତ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା । ତେବେ ସମ୍ପର୍କରେ ତିକ୍ତତା ଯୋଗୁଁ ହତ୍ୟା କରିବାକୁ ବାଧ୍ୟ ହୋଇ ଫେରାର ହୋଇଯାଇଥିଲା ବୋଲି ଅଭିଯୁକ୍ତ ରାମଜି ଗିରଫ ପରେ ସ୍ୱୀକାର କରିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: Poonch Terror Attack: ଶହୀଦ ଦେବାଶିଷଙ୍କ ପରିବାରକୁ 25ଲକ୍ଷ ଅନୁକମ୍ପା ସହାୟତା

ପୋଲିସ ସୂଚନା ଅନୁଯାୟୀ, ୭ବର୍ଷ ପରେ ଗିରଫ ହୋଇଛି ଏହି ହତ୍ୟାକାରୀ । ରାମଜି ଅହୀରୱାରର ପ୍ରକୃତ ଘର ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ହୋଇଥିବା ବେଳେ ସେ ନକଲି ଆଧାର କାର୍ଡ ଦେଇ ବିବାହ କରିଥିଲା । ମଧ୍ୟପ୍ରଦେଶ ଯାଇ ସଦର ପୋଲିସ ଛାନଭିନ କରିବା ପରେ ନକଲି ପରିଚୟ ଦେଇ ଏପରି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତର ଅସଲି ପରିଚୟ ପାଇଥିଲା । ଫଳରେ ତାର ମୋବାଇଲ ଟ୍ରାକିଂ କରିବାରୁ ଅଭିଯୁକ୍ତ ରାମଜି ଭୁବନେଶ୍ୱର ଶାଲିଆ ସାହିରେ ଲୁଚି ରହିଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା । ପରେ ଏହି ଅଭିଯୁକ୍ତ ସ୍ୱାମୀକୁ ସଦର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଢେଙ୍କାନାଳ ଏସଡିପିଓ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.