ETV Bharat / state

ମୋରମ ମାଫିଆଙ୍କ ଆତଙ୍କରାଜ, ତହସିଲଦାରଙ୍କୁ ଜେସିବି ଚଢାଇ ହତ୍ୟା ଉଦ୍ୟମ - ଜୀବନ ବଞ୍ଚାଇ ଖସିଯାଇଛନ୍ତି ତହସିଲଦାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାରଙ୍କୁ ମୋରମ ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଜେସିବି ଚଢାଇ ଜୀବନରୁ ମାରିଦେବାକୁ ଉଦ୍ୟମ ବେଳେ ଜୀବନ ବଞ୍ଚାଇ ଖସିଯାଇଛନ୍ତି ତହସିଲଦାର । ତାଙ୍କ ସହ ଯାଇଥିବା ଜଣେ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ମଧ୍ୟ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ତହସିଲଦାରଙ୍କୁ ମୋରମ ମାଫିଆଙ୍କ ମରଣାନ୍ତକ ଆକ୍ରମଣ

author img

By

Published : May 27, 2023, 7:08 AM IST

ତହସିଲଦାରଙ୍କୁ ମୋରମ ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ: ପରଜଙ୍ଗ ତହସିଲଦାରଙ୍କୁ ମୋରମ ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଏପରିକି ଜେସିବି ଚଢାଇ ଜୀବନରୁ ମାରିଦେବାକୁ କରିଛନ୍ତି ଉଦ୍ୟମ । ହେଲେ ଅଳ୍ପକେ ବର୍ତ୍ତି ଯାଇ ନିଜର ପ୍ରାଣ ବଞ୍ଚାଇ ଖସି ଆସିଥିଲେ ତହସିଲଦାର । ତେବେ ଆକ୍ରମଣରେ ଗୁରୁତର ହୋଇଛନ୍ତି ଏହି ଓଡିଶା ପ୍ରସାଶନିକ ସେବା ଅଧିକାରୀ ତଥା ପରଜଙ୍ଗ ତହସିଲର ସିରିୟଲ ଶୁଭ୍ର ପଟେଲ । ଫଳରେ ତାଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସହ ଯାଇଥିବା ଜଣେ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ମଧ୍ୟ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମୋରମ ଖୋଳାଯାଇ ଚାଲାଣ କରାଯାଉଥିଲା । ଟ୍ରିପ ଟ୍ରିପ ମୋରମ ଚାଲାଣ କରି ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଥିବାବେଳେ ଏପଟେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିଲେ ସରକାର । ତେବେ ଜେସିବି ମାଧ୍ୟମରେ ବେଆଇନ ଭାବେ ମୋରମ ଖୋଳି ଟ୍ରକ ଓ ଟ୍ରାକ୍ଟର ଯୋଗେ ବୋଝେଇ କରାଯାଉଥିବା ସମୟରେ ଏପରି ବେଆଇନ କାରବାର ସମ୍ପର୍କରେ ଖବର ପାଇ ପରଜଙ୍ଗ ତହସିଲଦାର ସିରିଅୟଲ ଶୁଭ୍ର ପଟେଲ ଗତକାଲି(ଶୁକ୍ରବାର) ଅପରାହ୍ନରେ ଅଚାନକ ଚଢାଉ କରିଥିଲେ । ଏହାକୁ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ମାଫିଆ ମାନେ ତହସିଲଦାରଙ୍କୁ ମାଡ ମାରିବା ସହ ଭୟ ଦେଖାଇ ମୋବାଇଲରୁ ଫଟୋକୁ ଡିଲିଟ କରାଇଥିଲେ । ଫଳରେ ନିଜ କାରକୁ ତହସିଲଦାର ପଳାଇ ଆସି ଖସିଯିବାକୁ ଉଦ୍ୟମ କରିବାବେଳେ ଏକ ଟ୍ରାକ୍ଟର ତାଙ୍କ ଉପରକୁ ଚଢାଇ ତାଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ପ୍ରକାଶ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ତହସିଲଦାର ।

ଏପରିକି ପରଜଙ୍ଗ ତହସିଲର ଅଧିନସ୍ଥ ରାଜସ୍ବ ନିରିକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ତହସିଲଦାରଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ମାଫିଆ ମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ପ୍ରାୟ ୮ରୁ ୧୦ ଜଣ ଏହି ଆକ୍ରମଣରେ ସାମିଲ ଥିବା ଜଣାପଡିଛି । ଏହି ଆକ୍ରମଣ କରି ମାଫିଆ ମାନେ ଜେସିବି ଓ ବ୍ୟବହୃତ ଗାଡି ସବୁକୁ ନେଇ ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ଖବର ପାଇ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଓ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ତହସିଲଦାରଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବା ସହ ଆକ୍ରମଣ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ସୂଚନା ପାଇଁ ଘଟଣାସ୍ଥଳକୁ ପରଜଙ୍ଗ ଥାନା ପୋଲିସ ପହଞ୍ଚିଥିବାବେଳେ ଗୋଟିଏ ଟ୍ରାକ୍ଟରକୁ ଜବତ କରିବା ସହ ତନାଘନା ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.