ଢେଙ୍କାନାଳ: ଭିଜିଲାନ୍ସ ଜାଲରେ କମାଣ୍ଡାଣ୍ଟ । ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କରିପାରେ ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ସରକାରୀ କ୍ବାଟର୍ସ, କାର୍ଯ୍ୟାଳୟ ସହ ପାଖାପାଖି 5 ସ୍ଥାନରେ ଚଢ଼ାଉ ଜାରି ରଖିଛି ଟିମ୍ । ତେବେ ଏବେସୁଦ୍ଧା 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ.. ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ପଚରାଉଚରା ସହ ତାଙ୍କ ସରକାରୀ କ୍ବାଟର୍ସ ଓ କାର୍ଯ୍ୟାଳୟ ସହ 5 ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ବିଶେଷ ସୁତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଗତକାଲି(ଶନିବାର) ଦିନ ଢେଙ୍କାନାଳରୁ ସିଡିଏ ସ୍ଥିତ ତାଙ୍କ ଘରକୁ ଗାଡ଼ି ଯୋଗେ ଯାଉଥିବା ବେଳେ ସୁନୀଲ ବେହେରାଙ୍କୁ କାବୁ କରିଥିଲା । ଏଥିସହ ତାଙ୍କ ନିକଟରୁ ନଗଦ 1 ଲକ୍ଷ 31 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିଲା । ଏହାପରେ ସିଡିଏ ସେକ୍ଟର 11 ସ୍ଥିତ ବାସଭବନରେ ଚଢ଼ାଉ କରିବାରୁ ପୁଣି 8 ଲକ୍ଷ 70 ହଜାର ଟଙ୍କା ଜବତ କରିଥିଲା । ତେବେ ଏତେ ଟଙ୍କା କେଉଁଠୁ ଆସିଲା ତାହାର ହିସାବ କମାଣ୍ଡାଣ୍ଟ ଦେଇପାରିନଥିବା ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ.. ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ଅଧିକାରୀ, ଏକକାଳୀନ 3ଟି ସ୍ଥାନରେ ଚଢାଉ
ଅନ୍ୟପଟେ ଭିଜିଲାନ୍ସର 5 ଟି ଟିମ ପୃଥକ ପୃଥକ ଭାବେ ଢେଙ୍କାନାଳ ଏସପି ଅଫିସ ନିକଟସ୍ଥ ସରକାରୀ କ୍ବାଟର୍ସ ଓ ତାଙ୍କ ଫାଷ୍ଟ ବାଟାଲିୟାନ କାର୍ଯ୍ୟାଳୟ, ଭୁବନେଶ୍ବର ଆଦି 5ଟି ସ୍ଥାନରେ ଚଢାଉ କରି ଛାନଭିନ୍ ଜାରି ରଖିଛି । ଏହି ଯାଞ୍ଚ ସମୟରେ ସୁନୀଲଙ୍କର ଆୟ ବର୍ହିଭୂତ ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ରହିଛି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୁବଶୀଘ୍ର ଗିରଫ ହୋଇପାରନ୍ତି କମାଣ୍ଡାଣ୍ଟ ସୁନୀଲ ବେହେରା ।
ସେହିଭଳି ସେପ୍ଟେମ୍ବର 14 ତାରିଖ ଦିନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ସଂଗ୍ରାମ କେଶରୀ ଜେନାଙ୍କ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସର 3ଟି ଟିମ୍ ବାଲୁଗାଁ, ହରିପୁର ଓ ଛୋଟରାୟପୁରରେ ଚଢ଼ାଉ କରିଥିଲା ।
ଇଟିଭି ଭାରତ, ଢେଙ୍କାନାଳ