ETV Bharat / state

ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମୁଖ୍ୟ ଡାକ୍ତରଖାନା ଶିଶୁ ମୃତ୍ୟୁ ଘଟଣା - ଜାତୀୟ ମାନବାଧିକାର କମିଶନ

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ।

DHENKANAL MEDICAL NEW BORN CHILD DEATH ISSUE, CASE FILED BEFORE NHRC
ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ଶିଶୁ ମୃତ୍ୟ ଘଟଣା
author img

By

Published : Aug 24, 2020, 9:00 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ । ମୁଖ୍ୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଡାକ୍ତରଖାନାରେ ବାରମ୍ବାର ରୋଗୀଙ୍କ ମୃତ୍ୟୁ ଘଟଣାର କାରଣ ଅବହେଳା ବୋଲି କୁହାଯାଉଛି ।

ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମୁଖ୍ୟ ଡାକ୍ତରଖାନା ଶିଶୁ ମୃତ୍ୟ ଘଟଣା

କେତେକ ଡାକ୍ତର, ନର୍ସ ଓ କର୍ମଚାରୀ ମାନଙ୍କ ମାନମାନି ଓ ଡାକ୍ତରଖାନା କତ୍ତୃପକ୍ଷଙ୍କ ନିଷ୍କ୍ରିୟତା ରୋଗୀଙ୍କୁ ଅସହ୍ୟ କଲାଣି । ତେବେ ବର୍ତ୍ତମାନ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଚର୍ଚ୍ଚାକୁ ଆସିଛି। ଗତ ୧୦ଦିନ ମଧ୍ୟରେ ଦୁଇ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଏଥିପାଇଁ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା କତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାୟୀ କରୁଛନ୍ତି ସାମାଜିକ କର୍ମୀ ।

ଏପରିକି ଏହି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ପରି ମୌଳିକ ଅଧିକାର ପାଇବାରୁ ରୋଗୀ ମାନଙ୍କୁ ବଞ୍ଚିତ କରାଯାଉଛି। ଫଳରେ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ଉଠାଇ ଢେଙ୍କାନାଳ ସହରର ସାମାଜିକ କର୍ମୀ ଆଶୁତୋଷ ପଟ୍ଟନାୟକ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଢେଙ୍କାନାଳ ବାସୀଙ୍କୁ ନିଶ୍ଚିତ କମିଶନ ନ୍ୟାୟ ଦେବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.