ETV Bharat / state

ଫେଲ୍‌ ମାରିଛି ବସୁଧା ଯୋଜନା, ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ

ବିଫଳ ହୋଇଛି ବସୁଧା ଯୋଜନା । ପିଇବା ପାଇଁ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଢେଙ୍କାନାଳ ଜିଲ୍ଲୀ କାମାକ୍ଷାନଗର ବ୍ଲକ ଶ୍ରୀମୁଳା ଉପର ସାହିବାସୀ । ଅଧିକ ପଢନ୍ତୁ

author img

By

Published : Jun 2, 2023, 5:09 PM IST

villagers drinking water problem
ଫେଲ ମାରିଛି ବସୁଧା ଯୋଜନା
ଫେଲ ମାରିଛି ବସୁଧା ଯୋଜନା

ଢେଙ୍କାନାଳ: ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ପାଇପ ପଡିଛି ହେଲେ ପାଣି ଆସୁନାହିଁ । ପାଣି ପାଇଁ ଗୋଟିଏ ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି ହଜାରରୁ ଉର୍ଦ୍ଧ୍ବ ଲୋକ । କୂଅ ପାଣି ହିଁ ସେମାନଙ୍କ ଶୋଷ ମେଣ୍ଟାଉଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶ୍ରୀମୁଳା ଉପର ସାହିରେ ଏପରି ଜଳକଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି ।

ଉତ୍କଟ ଜଳ ସମସ୍ୟାରେ ପେଶି ହେଉଛନ୍ତି ଶ୍ରୀମୁଳା ଉପର ସାହିବାସୀ । ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବିଫଳ । ଗାଁରେ ଓଭରହେଡ୍‌ ଟାଙ୍କି ହୋଇ, ଘରେଘରେ ପାଇପ ସଂଯୋଗ ହୋଇଛି ସତ କିନ୍ତୁ ପାଣିର ଦେଖା ନାହିଁ । ଟୋପାଏ ପାଣି ପାଇ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଖରା ଦିନରେ ପାଣି ପାଇଁ ସମସ୍ତେ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି । ପାଣି ପାଇଁ କୂଅ ପାଖରେ ଲମ୍ବା ଲାଇନ ମହିଳାଙ୍କୁ ଲଗାଇବାକୁ ପଡୁଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ତୁମୁସିଙ୍ଗା ପଞ୍ଚାୟତର ଶ୍ରୀମୁଳା ଉପରସାହି ବାସିନ୍ଦା ଜଳକଷ୍ଟ ସମସ୍ୟା ପେଶି ହେଉଛନ୍ତି ।

ସାହିରେ ୨ ଶହରୁ ଊର୍ଦ୍ଧ୍ବ ପରିବାର ଥିବା ବେଳେ, ଦୁଇ ଦୁଇଟି ନଳକୂପ ଭୂତଳ ଜଳ ନଥିବା କାରଣରୁ ସେ ଦୁଇଟି ଅଚଳ ହୋଇ ପଡିଛି । ସେପଟେ ବସୁଧା ଯୋଜନାରେ ସାହିକୁ ସଂଯୋଗ ହୋଇଥିବା ପାଇପରୁ ପୂର୍ବରୁ ପାଣି ଆସୁଥିବା ବେଳେ, ଏବେ ଖରା ଦିନରେ ଆଉ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ ସତ୍ତ୍ୱ ଫଳଶୂନ । କେହି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ । ପିଇବା ପାଣି ପାଇଁ ସେହି ସାହିରେ ଜଣଙ୍କ ବ୍ୟକ୍ତିଗତ ଖୋଲା କୂଅ ଉପରେ ସମସ୍ତ ମହିଳା ଲମ୍ବା ଧାଡିରେ ଘଣ୍ଟାଘଣ୍ଟା ଧରି ଛିଡା ହେବାକୁ ପଡୁଛି । ତେବେ ଏନେଇ ଗ୍ରାମବାସୀଙ୍କ ସମେତ ସମିତି ସଭ୍ୟ ପଞ୍ଚାୟତ ବୈଠକ ଓ ସମିତି ବୈଠକ ଅଭିଯୋଗ କରିଥିବା ବେଳେ, ସ୍ଥାନୀୟ ସରପଞ୍ଚ ମଧ୍ୟ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।

ଏହା ବି ପଢନ୍ତୁ...ସିଲଭରସିଟିରେ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ କଲା ସିଏମସି

ଖୁବଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ । ରାଜ୍ୟ ସରକାର ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ନେଇ ଡିଣ୍ଡିମ ପିଟୁଥିବା ବେଳେ, ଏ ହେଉଛି ତାହାର ବାସ୍ତବ ଚିତ୍ର । ତେବେ କେବେ ସରକାର ଏମାନଙ୍କ ଜଳ କଷ୍ଟ ଦୂର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଢେଙ୍କନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.