ETV Bharat / state

Dhenkanal Covid Update: ସାଇ କୃପା କଲେଜ ସମେତ ୩ ହଷ୍ଟେଲ ସିଲ୍ - ଢେଙ୍କାନାଳ କୋରୋନା ଖବର

ସାଇକୃପା ଆବାସିକ କଲେଜରୁ ୩୩ କୋଭିଡ ପଜିଟିଭ ଚିହ୍ନଟ ପରେ କଲେଜ((Sai Krupa Residential College ) ସମେତ ୩ ହଷ୍ଟେଲକୁ ସିଲ୍ କଲା ପ୍ରଶାସନ । ଅଧିକ ପଢନ୍ତୁ

Dhenkanal Covid Update: ସାଇ କୃପା କଲେଜ ସମେତ ୩ ହଷ୍ଟେଲ ସିଲ୍

author img

By

Published : Dec 2, 2021, 12:07 PM IST

Updated : Dec 2, 2021, 2:36 PM IST

ଢେଙ୍କାନାଳ: ଜିଲ୍ଲା ସ୍ଥିତ ସାଇକୃପା ଆବାସିକ କଲେଜରୁ ୩୩ କୋଭିଡ ପଜିଟିଭ ଚିହ୍ନଟ ପରେ କଠୋର ହେଲା ଜିଲ୍ଲା ପ୍ରଶାସନ(Sai Krupa Residential College Covid News) । କଲେଜ ସହ ୩ଟି ହଷ୍ଟେଲକୁ ସିଲ୍ ଘୋଷଣା । ଏଥିସହ ସାଇକୃପା କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲା ପ୍ରଶାସନ ।

Dhenkanal Covid Update: ସାଇ କୃପା କଲେଜ ସମେତ ୩ ହଷ୍ଟେଲ ସିଲ୍

ସୂଚନା ଅନୁଯାୟୀ, ଗତ ଦୁଇଦିନ ପୂର୍ବେ ୪ ଜଣ ଛାତ୍ର କୋଭିଡରେ ସଂକ୍ରମିତ ହୋଇଥିଲେ । ଏହା ପରେ ପ୍ରଶାସନ ପକ୍ଷରୁ ୨୬୦ ଜଣ ଛାତ୍ରଙ୍କ RTPCR ଟେଷ୍ଟ ପାଇଁ ସାମ୍ପଲ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କ ଆସିଥିବା ରିପୋର୍ଟରୁ ୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- Dhenkanal Covid Update: ସାଇ କୃପା କଲେଜରୁ ପୁଣି ୩୩ ପଜିଟିଭ୍ ଚିହ୍ନଟ

ଏହାପରେ ସାଇକୃପା ଆବାସିକ ମହାବିଦ୍ୟାଳୟ ଆଖପାଖ ସ୍ଥାନ କୁଞ୍ଜକାନ୍ତକୁ ଜିଲ୍ଲାପାଳ ବୁଧବାର ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଥିବାବେଳେ ଆଜି(ଗୁରୁବାର) କଲେଜ ସମେତ ୩ଟି ହଷ୍ଟେଲକୁ ସିଲ୍ କରିଦେଇଛନ୍ତି ।

ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ କେବଳ ଔଷଧ, ଦୁଗ୍ଧ ଓ ପରିବା ଗ୍ଲୋସରୀ ପରି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନକୁ ବନ୍ଦ ସହ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ସେପଟେ କଲେଜ କର୍ତ୍ତୃପକ୍ଷ କଲେଜକୁ ବନ୍ଦ କରିଦେଇ ଥିବାବେଳେ ପିଲାମାନେ ନିଜ ନିଜ ଘରକୁ ପଳାଇଥିବା ଜଣାପଡିଛି । ଫଳରେ ସଂକ୍ରମଣ ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ପୌରସଂସ୍ଥା ଓ ପୋଲିସକୁ ନିର୍ଦ୍ଦେଶ ଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 2, 2021, 2:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.