ଢେଙ୍କାନାଳ: ପୁଣି ଚିନ୍ତା ବଢାଇଲା କୋରୋନା ସଂକ୍ରମଣ । ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସଂକ୍ରମିତ ଚିହ୍ନଟ ଆତଙ୍କ ସୃଷ୍ଟି କରିଥିବାବେଳେ ଢେଙ୍କାନାଳର ସାଇ କୃପା ରେସିଡେନ୍ସିଆଲ କଲେଜ(Sai krupa Residential College Dhenkanal)ରୁ ପୁଣି ୩୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କଲେଜରୁ ଗତ ଦୁଇଦିନ ପୂର୍ବେ ୪ ଜଣ ଛାତ୍ରଙ୍କ କୋଭିଡ ପଜିଟିଭ ଚିହ୍ନଟ ପରେ ଏବେ ପୁଣି ୩୩ ଜଣ ସଂକ୍ରମିତ ଚିନ୍ତା ବଢାଇଛନ୍ତି । ଏହି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରୁ ପ୍ରଥମେ ୪ ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ୨୬୦ ଜଣଙ୍କ RTPCR ଟେଷ୍ଟ ପାଇଁ ସାମ୍ପଲ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କ ଆସିଥିବା ରିପୋର୍ଟରୁ ୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାପରେ ସାଇକୃପା ଆବାସିକ ମହାବିଦ୍ୟାଳୟ ଆଖପାଖ ସ୍ଥାନ କୁଞ୍ଜକାନ୍ତକୁ ଜିଲ୍ଲାପାଳ ବୁଧବାର ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ