ETV Bharat / state

୧୦ କର୍ମଚାରୀ ସଂକ୍ରମିତ, ୭୨ ଘଣ୍ଟା ଢେଙ୍କାନାଳ ସିଭିଲ କୋର୍ଟ ସିଲ୍ - ଢେଙ୍କାନାଳ ସିଭିଲ କୋର୍ଟ ସିଲ୍

ଢେଙ୍କାନାଳ ସିଭିଲ କୋର୍ଟରେ 10 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆଜିଠାରୁ(ସୋମବାର) ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସିଭିଲ କୋର୍ଟକୁ ସିଲ୍ କରିଛି ପୌର ସଂସ୍ଥା । ଅଧିକ ପଢ଼ନ୍ତୁ

୧୦ କର୍ମଚାରୀ ସଂକ୍ରମିତ, ୭୨ଘଣ୍ଟା ପାଇଁ ଢେଙ୍କାନାଳ ସିଭିଲ କୋର୍ଟ ସିଲ୍

author img

By

Published : Jan 24, 2022, 1:55 PM IST

ଢେଙ୍କାନାଳ: ଜିଲ୍ଲାରେ ହୁହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ୧୦୦ରୁ ଅଧିକ ରହୁଛି । ପର୍ଯ୍ୟାୟ କ୍ରମେ ସିଭିଲ କୋର୍ଟରେ 10 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୧୦ କର୍ମଚାରୀ ସଂକ୍ରମିତ, ୭୨ଘଣ୍ଟା ପାଇଁ ଢେଙ୍କାନାଳ ସିଭିଲ କୋର୍ଟ ସିଲ୍

ଏହାପରେ ଆଜିଠୁ(ସୋମବାର) ରୁ ଆସନ୍ତା ୨୭ ତାରିଖ ସକାଳ ୭ଟା ଯାଏଁ ସିଭିଲ କୋର୍ଟକୁ ପୌର ସଂସ୍ଥା ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରି ସିଲ କରାଯାଇଛି ।

ଏହି ସମୟରେ କୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିଛି । ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.