ଢେଙ୍କାନାଳ: ପୌରାଞ୍ଚଳ ୱାର୍ଡ ନଂ.୨ରେ ନିର୍ମିତ ଭେଣ୍ଡିଂ ଜୋନକୁ ନେଇ ବିଜେଡି-ବିଜେପି କାଉନସିଲରଙ୍କ ବିବାଦ ତୀବ୍ର ରୂପ ନେଇଛି । ଏପରିକି ଆଜି ପୌରନିର୍ବାହୀ ଅଧିକାରୀଙ୍କ ଅଫିସ ପରିସରରେ ଉଭୟ ବିଜେଡି ଓ ବିଜେପି କାଉନସିଲର ହାତାହାତି ହୋଇଛନ୍ତି । ଫଳରେ ପୌର କାର୍ଯ୍ୟାଳୟରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ପରେ ନିର୍ବାହୀ ଆଧିକାରୀଙ୍କ ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡିଛି ।
ସୂଚନା ମୁତାବକ, ଢେଙ୍କାନାଲ ପୌରସଂସ୍ଥାର ନଗରପାଳ ଭାବେ ବିଜେପିର ଜୟନ୍ତୀ ପାତ୍ର ନିର୍ବାଚିତ ହୋଇଥିବା ବେଳେ ଉପନଗରପାଳ ଭାବେ ବିଜେଡିର ପ୍ରକାଶ କୁଅଁର ନିର୍ବାଚିତ ହୋଇଥିଲେ । ତେବେ ପୌର ସଂସ୍ଥାର ବିଭିନ୍ନ କାର୍ଯ୍ୟରେ ନଗରପାଳଙ୍କ ସ୍ୱାମୀ ହସ୍ତକ୍ଷେପ କରୁଥିବା ଅଭିଯୋଗ ଉଠାଇ ଭେଣ୍ଡିଂ ଜୋନ ବଣ୍ଟନରେ ମନମାନି କରୁଥିବା ଅଭିଯୋଗ ଉଠାଇ ପ୍ରତିବାଦ କରିବାରୁ ବିଜେପି କାଉନସିଲର ଓ ବିଜେଡି କାଉନସିଲର ମୁହାଁମୁହିଁ ହୋଇଥିଲେ ।
ଉପନଗରପାଳଙ୍କ ନେତୃତ୍ୱରେ ବିଜେଡି କାଉନସିଲରମାନେ ପୌରାଞ୍ଚଳର ନିର୍ମିତ ଭେଣ୍ଡିଂ ଜୋନ ସମ୍ପୃକ୍ତ ଅଞ୍ଚଳର ରାସ୍ତାକଡ଼ର ଉଠା ଦୋକାନୀମାନଙ୍କୁ ଦେବା ପାଇଁ ପ୍ରାଧାନ୍ୟ ଦେବା ସହ ଲଟେରୀ ମାଧ୍ୟମରେ ବଣ୍ଟନ କରୁଛନ୍ତି । ମାତ୍ର କିଛି ବିଜେଡି କାଉନସିଲର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏହାକୁ ବିରୋଧ କରୁଥିଲେ ମଧ୍ୟ ପୌରବାସୀଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କାର୍ଯ୍ୟ ଚାଲୁରହିବ ବୋଲି କହିଛନ୍ତି ନଗରପାଳ ଜୟନ୍ତୀ ପାତ୍ର । ପୌରସଂସ୍ଥାର ଉନ୍ନତି ପାଇଁ ଉଭୟ କାଉନସିଲରଙ୍କ ମଧ୍ୟରେ ସମନ୍ୱୟ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ।
ଇଟିଭି ଭାରତ, ଢେଙ୍କାନାଳ