ଢେଙ୍କାନାଳ: ଢେଙ୍କାନାଳ ସ୍ବଂୟ ଶାସିତ ମହାବିଦ୍ୟାଳୟରୁ ଅଟୋନମୀ ପ୍ରତ୍ୟାହାର ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚିଠି ଆସିବା ପରେ କଲେଜରେ ଉତ୍ତେଜନା ବଢିବାରେ ଲାଗିଛି । ଏପରିକି ଶନିବାର କଲେଜର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଢେଙ୍କାନାଳ ବିଧାୟକଙ୍କ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ।
ତେବେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏହି ସର୍ବପୁରାତନ କଲେଜ ସମଗ୍ର ରାଜ୍ୟରେ ସ୍ବତନ୍ତ୍ରତା ବହନ କରିଥିବାବେଳେ ଢେଙ୍କାନାଳବାସୀଙ୍କ ସମ୍ମାନର ପ୍ରଶ୍ନ ବୋଲି ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଏହାର ତୀବ୍ର ପ୍ରତିବାଦ କରିଛି । ରାଜ୍ୟରେ ଏପରି ଆହୁରି ଅନେକ କଲେଜରେ ସ୍ଥାୟୀ ଅଧ୍ୟାପକ ଅଧାରୁ କମ ରହିଥିବାବେଳେ କେବଳ ଢେଙ୍କାନାଳ କଲେଜରୁ ଅଟୋନମୀ ପ୍ରତ୍ୟାହାରର କରାଯିବା ଏହା ସରକାରଙ୍କ ଢେଙ୍କାନାଳବାସୀଙ୍କ ପ୍ରତି ବୈମାତୃକ ମନୋଭାବ ବୋଲି ଅଭିଯୋଗ ଉଠାଇଛନ୍ତି ।
ଅଧ୍ୟାପକ ନିଯୁକ୍ତି ସରକାରଙ୍କ ଦାୟିତ୍ବ । ମାତ୍ର ସରକାରଙ୍କ ଭୁଲ ପାଇଁ ଢେଙ୍କାନାଳବାସୀ କାହିଁକି ଭୋଗିବେ ଓ ଏହା ସରକାରଙ୍କ ଅପାରଗତା ବୋଲି ନିନ୍ଦା କରିଛି କଂଗ୍ରେସ । ଫଳରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଡିସିସି ସଭାପତି ସୁରେଶ ପାଣିଗ୍ରହୀ ଓ ସୁନିଲ ଦାଶ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ରବିବାର ଏକ ସ୍ମାରକପତ୍ର ପ୍ରଦାନ କରି କଲେଜର ଅଟୋନମୀ ପ୍ରତ୍ୟାହାର ନକରିବାକୁ ଦାବି କରିଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ