ETV Bharat / state

Mahashivratri: ଭୋଳାବାବାଙ୍କ ଦର୍ଶନ ପାଇଁ କପିଳାଶରେ ଭକ୍ତଙ୍କ ଭିଡ, ଭୋର ସମୟରେ ଉଠିବ ମହାଦୀପ

author img

By

Published : Feb 18, 2023, 11:33 AM IST

Updated : Feb 18, 2023, 12:05 PM IST

ଆଜି ପବିତ୍ର ମହାଶିବରାତ୍ରୀ । ଲୋକାରଣ୍ୟ ହେଲା ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶ। ଅଧିକ ପଢନ୍ତୁ

mahashivratri at kapilash
mahashivratri at kapilash
mahashivratri at kapilash

ଢେଙ୍କାନାଳ: ଆଜି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଶିବରାତ୍ରୀରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶ । ବଡି ଭୋରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ପରିବାର ସହ କପିଳାଶ ଆସି ପ୍ରଭୁ ଚନ୍ଦ୍ର ଶେଖରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ପୂଜାର୍ଚ୍ଚନା ସରିବା ପରେ ଆସନ୍ତାକାଲି ଭୋର 3ଟା 55 ମିନିଟ ସମୟରେ ଉଠିବ ମହାଦୀପ ।

କପିଳାଶ ପାଦ ଦେଶ ଦେଓଗାଁ ଠାରୁ ମୁଖ୍ୟ ମନ୍ଦିର ଯାଏଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଲୋକାରଣ୍ୟ ହୋଇ ଉଠିଛି କପିଳାଶ । ହର ହର ମହାଦେବ ଓ ଜୟ ଶିବ ଶମ୍ଭୁ ଧ୍ୱନୀରେ କମ୍ପି ଉଠୁଛି ପୀଠ । ଶ୍ରଦ୍ଧାଳୁ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଏପରିକି ଶାନ୍ତି ଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରୁଥିବା ପରିଲକ୍ଷିତ ହୋଇଛି । ପ୍ରତିବର୍ଷ ଜାଗର ଯାତ୍ରା ସମୟରେ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ ମହାମାରୀ କୋରୋନା ଯୋଗୁଁ ଜାଗର ଯାତ୍ରା କପିଳାଶରେ ଫିକା ପଡିଥିଲା ।

ଶ୍ରଦ୍ଧାଳୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଥିବା ବେଳେ ଭକ୍ତ ଦୀପଟିଏ ଜାଳି ନପାରି ନିରାଶ ହୋଇଥିଲେ। ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବହୁ ଭକ୍ତଙ୍କ ସମାଗମ ହୋଇଛି । ରାତ୍ରୀ ସମୟରେ ଭକ୍ତଙ୍କ ସମାଗମ ବଢିବ ବୋଲି ଆଶା କରାଯାଉଛି । ଜାଗର ଯାତ୍ରା ଉପଲକ୍ଷେ ଏହି ପୀଠରେ ପରମ୍ପରା ମୁତାବକ ପ୍ରାତଃ ସମୟରୁ ସ୍ୱତନ୍ତ୍ର ନୀତି ରୀତିରେ ଚିତାପତ୍ରି ସେବାୟତ ମାନେ ପ୍ରଭୁ ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି । ସ୍ବତନ୍ତ୍ର ସେବାୟତ ଓ ରାଜପରିବାର ପକ୍ଷରୁ ଚାରି ପ୍ରହର ଚାରି ପୂଜା ଲେଖାଏଁ ଷୋଳ ପୂଜାସାଙ୍ଗକୁ ଷୋଡ଼ଶ ଉପଚାରରେ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯିବ।

ଏହି ଅବସରରେ ସନ୍ଧ୍ୟା ପରେ ପୀଠରେ ମାତା ପାର୍ବତୀଙ୍କର ରାଜ ରାଜେଶ୍ୱରୀ ବେଶ, ପ୍ରଭୁଙ୍କର ନାଗାଭରଣ ବେଶ ,ଯୋଗୀରାଜ ବେଶ ଓ ହରିହର ଭେଟ ଆଦି କରାଯିବ । ତେବେ ଏହି ଦୁର୍ଲ୍ଲଭ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିବ । ଅପରପକ୍ଷରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମୁଖ୍ୟ ଆକର୍ଷଣ ମହାଦୀପ । ଆସନ୍ତାକାଲି ଭୋର 3ଟା 55ମିନିଟରେ ପାଳିଆ ସେବକ ମାନଙ୍କ ଦ୍ୱାରା ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ଚୁଡାକୁ ଉଠାଯିବ ବୋଲି ସୂଚନା ଦେଇଛନ୍ତି ପୀଠର ସେବାୟତ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 18, 2023, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.