ଢେଙ୍କାନାଳ: ଚିନିକଳରୁ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ଆଖୁ ବୋଝେଇ ଟ୍ରକ ଭିତରୁ ମୃତଦେହ ଉଦ୍ଧାର କଲା ଟାଉନ ଥାନା ପୁଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କଲା ପୁଲିସ ।
ଢେଙ୍କାନାଳ ଜିଲ୍ଲା ଶକ୍ତି ଚିନି କାରଖାନାରେ ଏକ ଆଖୁ ବୋଝେଇ ଟ୍ରକ ଭିତରୁ ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଡ୍ରାଇଭର ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତରାଜଙ୍ଗ ଗ୍ରାମର ପ୍ରତାପ ଜେନା ।
ସୂଚନା ମୁତାବକ ସେ ଆଖୁ ବୋଝେଇ କରିବା ପାଇଁ ଗତ ରାତିରୁ ଆସି ଗାଡି଼ ଅନଲୋଡ କରିବାକୁ ଅପେକ୍ଷା କରି ଟ୍ରକ ଭିତରେ ଥିଲେ । ମାତ୍ର ଆଜି ସକାଳେ ଟ୍ରକ ଭିତରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ଅନ୍ୟ ଡ୍ରାଇଭରମାନେ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ ଭିତରୁ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ତେବେ ପ୍ରତାପଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବା ନେଇ ଅନୁମାନ କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ