ETV Bharat / state

ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ବୁଲୁଛି କୁମ୍ଭୀର, ସତର୍କ କରାଇଲା ବନ ବିଭାଗ

ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ବୁଲୁଛି କୁମ୍ଭୀର । ନଦୀକୁ ନଯିବାକୁ ସଚେତନ କରାଇଲା ବନ ବିଭାଗ। ଅଧିକ ପଢ଼ନ୍ତୁ

author img

By

Published : Aug 22, 2023, 1:08 PM IST

crocodile spotted in Brahmani river
crocodile spotted in Brahmani river
crocodile spotted in Brahmani river

ଢେଙ୍କାନାଳ: ଜିଲ୍ଲାରେ କୁମ୍ଭୀର ଆତଙ୍କ । ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀକୁ ଏକ କୁମ୍ଭୀର ପଳାଇ ଆସିଥିବା ସୂଚନା ଦେଇଛି ବନ ବିଭାଗ । ଯାହାକୁ ନେଇ ଆତଙ୍କୀତ ଅବସ୍ଥାରେ ରହିଛନ୍ତି ନଦୀ ଉପକୂଳବାସୀ । ମାଇକ ଯୋଗେ ବନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି । ନିକଟରେ ଅନୁଗୋଳ ଜିଲ୍ଲା ତାଳଚେରର ସିରିଗୁଡା ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲେ । ଭିଡିଓଟି ଦୁଇ ଦିନ ହେବ ଭାଇରଲ ହେବା ପରେ, ଢେଙ୍କାନାଳ ବନ ବିଭାଗ ତତ୍ପରତା ପ୍ରକାଶ କରିଛି ।

ଢେଙ୍କାନାଳରେ ବନବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ ନିକଟବର୍ତ୍ତୀ ଗାଁଗୁଡିକୁ ଯାଇ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ବ୍ରାହ୍ମଣୀରେ କୁମ୍ଭୀର ଅଛି କେହି ନଦୀକୁ ଗାଧୋଇଵାକୁ ହେଉ ବା ଶୌଚ ହେବାକୁ ହେଉ ଦୟାକରି ଯାଆନ୍ତୁ ନାହିଁ ବୋଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରିବା ସହ ନଦୀ କୁଳିଆ ଗାଁ କୁ ଗାଁ ଯାଇ ଲୋକ ମାନଙ୍କୁ ସଚେତନ କରୁଛନ୍ତି ବନ କର୍ମଚାରୀ।

ଏହା ମଧ୍ୟ ପଢନ୍ତୁ-ଲୁଗା ଧୋଇବାକୁ ଯାଇଥିଲେ ମହିଳା, ବିରୁପା ନଦୀ କୂଳରୁ ଝାମ୍ପି ନେଲା କୁମ୍ଭୀର

ବ୍ରାହ୍ମଣୀ ନଦୀକୁ କୁମ୍ଭୀର ଆସିଥିବା ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳ ମଧ୍ୟ କହିଛନ୍ତି । କୁମ୍ଭୀରଟି ଭୁବନ ଆଖ ପାଖ ବ୍ରାହ୍ମଣୀ ନଦୀରେ ରହିଛି । ନଦୀକୁ କେହି ନଯିବାକୁ ମଧ୍ୟ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ତେବେ ଡିଏଫ୍‌ଓ ଓ ଏସିଏଫ୍‌ଓଙ୍କୁ ନଦୀକୂଳିଆ ଗାଁ ମାନଙ୍କରେ ସଚେତନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ବନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି । ସେମାନେ କୁମ୍ଭୀର ଦେଖାଯାଉଥିବା ସ୍ଥାନରେ କଡ଼ା ପ୍ରହରା ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠି ।

ଗତ କିଛି ଦିନ ହେବ କୁମ୍ଭୀର ଆକ୍ରମଣରେ ଅନେକଙ୍କ ମୃତ୍ୟୁ ହୋଇଛି । ନିକଟରେ ଯାଜପୁର ବୀର ଅମଠପୁରରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଖବର ସାମ୍ନାକୁ ଆସିଥିଲା । ବିରୂପା ନଦୀରେ ଲୁଗା ସଫା କରୁଥିବା ବେଳେ ମହିଳାଙ୍କୁ ପାଣିକୁ ଟାଣି ନେଇଥିଲା ଛକି ବସିଥିବା କୁମ୍ଭୀର । ଖବର ପାଇ ଅଗ୍ନିଶମବାହିନୀ ଓ ସ୍ଥାନୀୟ ଲୋକ ଖୋଜଖୋଜି କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା ।

ଗତ ଜୁନ୍‌ ମାସରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରେ ଜଣେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପି ନେଇଥିଲା କୁମ୍ଭୀର ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.