ETV Bharat / state

ହଜିଗଲା ମାନବିକତା, କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ଯୁବକ ସଂଘ - କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବଜରଙ୍ଗ କ୍ଲବ

କୋଭିଡ ମହାମାରୀ ହଜାଇ ଦେଇଛି ମାନବିକତା । ଆଉ କୋଭିଡ ସଂକ୍ରମଣ ଜନିତ ମୃତ୍ୟୁ ଜାଣିଲେ ସାହି ପଡିଶା ପାଖ ପଶିବା ତ ଦୂରରେ ଥାଉ ମୃତଦେହ ଛୁଉଁ ନାହାନ୍ତି ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ଢେଙ୍କାନାଳ ସହର ତଳି ବୋରାପଦା ଗ୍ରାମରେ। ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବଜରଙ୍ଗ କ୍ଲବ

author img

By

Published : Jun 13, 2021, 9:36 PM IST

ଢେଙ୍କାନାଳ: କୋଭିଡ ମହାମାରୀ ହଜାଇ ଦେଇଛି ମାନବିକତା । ଆଉ କୋଭିଡ ସଂକ୍ରମଣ ଜନିତ ମୃତ୍ୟୁ ଜାଣିଲେ ସାହି ପଡିଶା ପାଖ ପଶିବା ତ ଦୂରରେ ଥାଉ ମୃତଦେହ ଛୁଉଁ ନାହାନ୍ତି ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ଢେଙ୍କାନାଳ ସହର ତଳି ବୋରାପଦା ଗ୍ରାମରେ ।

ଏପରିକି ମୃତଦେହ ଦୀର୍ଘ ୧୦ଘଣ୍ଟା ଧରି ପଡିରହିବା ପରେ ଖବର ପାଇ ଢେଙ୍କାନାଳ ବଜରଙ୍ଗ କ୍ଲବର ଉତ୍ସାହୀ ଯୁବକମାନେ ପହଞ୍ଚି ମୃତଦେହକୁ ଶ୍ମଶାନକୁ ନେଇ ଦାହ କରିଥିବା ଦେଖିବାକୁ ମିଳିଛି ।

କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କଲେ ବଜରଙ୍ଗ କ୍ଲବ

ସୂଚନା ମୁତାବକ, ବୋରାପଦା ଗ୍ରାମର ଗୌରାଙ୍ଗ ମଲ୍ଲିକ ନାମକ ଜଣେ ପୂର୍ତ୍ତ ବିଭାଗର କର୍ମଚାରୀ କୋଭିଡ ସଂକ୍ରମଣରେ କୋଭିଡ ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।

ମାତ୍ର ତାଙ୍କର ଅକ୍ସିଜେନ ସ୍ତର କମ ହୋଇ ଗୁରୁତର ଅବସ୍ଥାରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର କେହି ସନ୍ତାନ ନଥିବା ବେଳେ ସାହି ପଡିଶା କୋଭିଡ ଭୟରେ ପାଖକୁ ଆସିନଥିଲେ ।

ଫଳରେ ତାଙ୍କ ପତ୍ନୀ ଅସହାୟ ହୋଇପଡିଥିଲେ । ଦୀର୍ଘ ୧୦ଘଣ୍ଟା ମୃତଦେହ ପଡି ରହିଥିବା ଖବର ପାଇଁ ବଜରଙ୍ଗ ସଦସ୍ୟମାନେ ପହଞ୍ଚିଥିଲେ । ପରେ ମୃତଦେହ ସହରର ମହିଷାପାଟସ୍ଥିତ ଶ୍ମଶାନକୁ ନେଇ ହିନ୍ଦୁ ପରମ୍ପରା ମୁତାବକ ଦାହ କରିଥିବା ଜଣାପଡ଼ିଛି । କେହି ସମ୍ପର୍କୀୟ ନ ଆସିବାରୁ ବାଧ୍ୟ ହୋଇ ଗୌରାଙ୍ଗଙ୍କୁ ତାଙ୍କ ଧର୍ମପତ୍ନୀ ମୁଖାଗ୍ନି ଦେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.