ETV Bharat / state

କଟକଣା କୋହଳ ପରେ ଚଳଚଞ୍ଚଳ ଢେଙ୍କାନାଳ, ଚିନ୍ତା ବଢାଇଲା କୋରୋନା ମୃତ୍ୟୁସଂଖ୍ୟା

author img

By

Published : Jul 2, 2021, 11:59 AM IST

ଢେଙ୍କାନାଳରେ ଦୈନିକ କୋଭିଡ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଚିନ୍ତାରେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

covid deaths increasing day by day in dhenkanal
କଟକଣା କୋହଳ; ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଚିନ୍ତାରେ ବୁଦ୍ଧିଜୀବୀ

ଢେଙ୍କାନାଳ: ଜିଲ୍ଲାର ଦୈନିକ କୋଭିଡ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ଏହାକୁ ନେଇ ରାଜ୍ୟରେ ଢେଙ୍କାନାଳ ଜିଲ୍ଲାକୁ କଟାଗୋରୀ-Aରେ ସାମିଲ କରି ୧ତାରିଖ ଠାରୁ କଟକଣା କୋହଳ କରାଯାଇଛି । ସରକାରଙ୍କ ଗାଇଡ ଲାଇନ ଅନୁସାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ସମସ୍ତ ଦୋକାନ ବଜାର ଖୋଲି ଥିବା ଦେଖିବାକୁ ମିଳିଛି ।

ଦୋକାନ ବଜାର ଖୋଲିବା ପରେ ଦୋକାନୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଲକଡାଉନରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ଦୋକାନୀ ମାନଙ୍କ ମହଲରେ ଏକ ପ୍ରକାର ନୂତନ ଆଶା ସଞ୍ଚାର କରିଛି । ତେବେ ଦୈନିକ ସଂକ୍ରମଣ କମିଥିବାରୁ ସରକାର କଟକଣା କୋହଳ କରିଛନ୍ତି । ହେଲେ କୋଭିଡ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ଅହେତୁକ ବୃଦ୍ଧି ପାଉଛି ।

ଗତ ବର୍ଷ ପ୍ରଥମ ଲହରରେ ଢେଙ୍କାନାଳ ଜିଲ୍ଲାର ମୋଟ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୯ ରହିଥିଲା । ଚଳିତ ବର୍ଷ ଏହି ଦ୍ବିତୀୟ ଲହରରେ ମାତ୍ର ତିନି ମାସରେ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବୁଦ୍ଧିଜୀବୀ । ଫଳରେ ସରକାରଙ୍କ ପକ୍ଷରୁ କଟକଣା କୋହଳ ପରେ ଏବେ ନିଜ ସୁରକ୍ଷା ନିଜ ହାତରେ ବୋଲି ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.