ETV Bharat / state

ଢେଙ୍କାନାଳରେ କମୁଛି କୋରୋନା ସଂକ୍ରମଣ

author img

By

Published : Nov 21, 2020, 8:52 PM IST

ଶନିବାର ଢେଙ୍କାନାଳରୁ ମାତ୍ର ୧୨ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଅଧିକ ପଢନ୍ତୁ...

Coronavirus infection is Decreased in Dhenkanal
ଢେଙ୍କାନାଳରେ କମୁଛି କୋରୋନା ସଂକ୍ରମଣ

ଢେଙ୍କାନାଳ: ଶନିବାର ଢେଙ୍କାନାଳରୁ ମାତ୍ର ୧୨ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଫଳରେ ପ୍ରଶାସନ ପକ୍ଷରୁ ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା କୋହଳ କରାଯାଇଛି ।

ଢେଙ୍କାନାଳରେ କମୁଛି କୋରୋନା ସଂକ୍ରମଣ
ଢେଙ୍କାନାଳ ଜିଲ୍ଲାରେ ଶନିବାର ମାତ୍ର ୧୨ ଜଣ କୋରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ପିଜିଟିଭ ସଂଖ୍ୟା ୫୫୫୭ରେ ପହଞ୍ଚିଛି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୫୩୯୯ ଜଣ ଆରୋଗ୍ୟ ହୋଇଥିବାବେଳେ ୧୩୫ ଜଣ ଚିକିତ୍ସିତ ହେଉଛନ୍ତି । ଫଳରେ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ଜଣାପଡିଛି ।

ଏପରିସ୍ଥଳେ ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦିନ ହେଲା ବିବାହ ଓ ବ୍ରତଘର ଆଦି ମାଙ୍ଗଳିକ କାର୍ଯ୍ୟ ଉପରେ ଜାରି କରାଯାଇଥିବା କଡା କଟକଣା ଉପରେ ସାମାନ୍ୟ କୋହଳ କରାଯାଇଛି । ଏପରିକି ମାଙ୍ଗଳିକ କାର୍ଯ୍ୟରେ କୋଭିଡ ନୀତିନିୟମ ମୁତାବକ ଶହେ ଜଣ ସାମିଲ ହୋଇପାରିବେ ବୋଲି ଢେଙ୍କାନାଳ ଜିଲ୍ଲାପାଳଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଏ ସମ୍ପର୍କରେ ସମସ୍ତ ତହସିଲ ଅଫିସ ଓ ପୋଲିସ ଥାନାମାନଙ୍କୁ ସୂଚନା ଦେଇଥିବା ସହ ମାଙ୍ଗଳିକ କାର୍ଯ୍ୟ ପାଇଁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.