ETV Bharat / state

ଉପରମୁହାଁ କୋରୋନା, ଗୋଟିଏ ଦିନରେ ୨୪ ସଂକ୍ରମିତ ଚିହ୍ନଟ

author img

By

Published : May 18, 2021, 3:56 PM IST

ଢେଙ୍କାନାଳ ଜିଲ୍ଲା ଭୁବନରେ ବଢିଚାଲିଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ୨୪ ଜଣ କୋରୋନା ଚିହ୍ନଟ ପରେ ମଧ୍ୟ ଭୁବନରେ ପ୍ରଶାସନ ନିରବଦ୍ରଷ୍ଟା । ଅଧିକ ପଢନ୍ତୁ...

corona-case-increase-in-dhenkanal
ଉପର ମୁହାଁ କୋରୋନା,ଗୋଟିଏ ଦିନରେ ୨୪ ସଂକ୍ରମିତ ଚିହ୍ନଟ

ଢେଙ୍କାନାଳ: ଭୁବନରେ ବଢିଚାଲିଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ୨୪ ଜଣ କୋରୋନା ଚିହ୍ନଟ ପରେ ମଧ୍ୟ ଭୁବନରେ ପ୍ରଶାସନ ନିରବଦ୍ରଷ୍ଟା ।

କୋରୋନା ଦ୍ବିତୀୟ ଲହରର ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିନ୍ତୁ ଢେଙ୍କାନାଳ ଜିଲ୍ଲାର ଭୁବନରେ କୌଣସି କଟକଣା ଲାଗୁନାହିଁ । ଅମାନିଆଙ୍କୁ ସାବାଡ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ଭୁବନ ମେଡିକାଲ, ନୂଆ ବଜାର ଓ ପରିବା ବଜାରରେ ଲୋକମାନଙ୍କର ଅହେତୁକ ଭିଡ ଦେଖିବାକୁ ମିଳୁଛି । ନା ଅଛି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନାଁ ରହୁଛି ମୁହଁରେ ମାସ୍କ । ଗୋଟିଏ ଦିନରେ ୨୪ ଜଣ କୋରୋନା ଚିହ୍ନଟ ପରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ମନ ଇଚ୍ଛା ଲୋକମାନେ ଚଳପ୍ରଚଳ କରୁଥିବା ଦେଖୁବକୁ ମିଳୁଛି । ଯେପରି କି କୋରୋନା ପରି ମହାମାରୀର ଭୟ କାହାରି ମନକୁ ଛୁଇଁ ନାହିଁ । ଗୋଟିଏ ଦିନରେ ଭୁବନ ବ୍ଲକର ବିଭିନ୍ନ ପଞ୍ଚାୟତରେ ୪୦ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୪ ଜଣ ଚିହ୍ନଟ ହୋଇଛନ୍ତି । କିନ୍ତୁ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ଭୁବନର କାଳୀବଜାର, ଗୁଜୁରୀହାଟ, ବଡହାଟ ଏବଂ ନୂଆବଜାରରେ ସମସ୍ତ ଦୋକାନ ଖୋଲାରହିବା ଦ୍ବାରା ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି । ଏଥିପ୍ରତି ସ୍ଥାନୀୟ ତହସିଲଦାର କୌଣସି ପଦକ୍ଷେପ ନେଉନାହିଁ କାହିଁକି କିଛି ବୁଝାପଡୁ ନାହିଁ । ଯଦି ଏଥି ପ୍ରତି ପ୍ରଶାସନ ଦୃଷ୍ଟି ନଦେବ ତେବେ ଆଗକୁ ପରିସ୍ଥିତି ଅଣାୟତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.