ETV Bharat / state

କୋରୋନା ସତର୍କତା: 144 ଧାରା ଲାଗୁ, ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଲା କଟକଣା - corona news

କୋରୋନାକୁ ନେଇ ତତ୍ପରତା ଦେଖାଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ଜିଲ୍ଲା ବ୍ୟାପି ୧୪୪ ଧାରା ଜାରି କରିବା ସହ ସପିଂ ମଲ, ମଣ୍ଡପ, ସଭା ସମିତି ଓ ଶୋଭଯାତ୍ରା ଆଦି ବନ୍ଦ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

administration
144 ଧାରା ଲାଗୁ, ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା
author img

By

Published : Mar 16, 2020, 8:48 PM IST

ଢେଙ୍କାନାଳ: କୋରୋନା ମୁକାବିଲା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଆଡଭାଇଜରି ଜାରି କରାଯାଇଛି । ଜିଲ୍ଲା ବ୍ୟାପି ୧୪୪ ଧାରା ଜାରି କରିବା ସହ କପିଳାସ ପ୍ରାଣୀ ଉଦ୍ୟାନ ଠାରୁ ଆରମ୍ଭ କରି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ସମସ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ସପିଂ ମଲ, ମଣ୍ଡପ, ସଭା ସମିତି ଓ ଶୋଭଯାତ୍ରା ଆଦି ବନ୍ଦ ଘୋଷଣା ହୋଇଛି । ଏପରିକି ସମସ୍ତ ସରକାରୀ ଅଫିସ ଖୋଲା ରଖିବା ସହ ଜରୁରୀ ପରିବା ମାର୍କେଟ ଉପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

ଢେଙ୍କାନାଳରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା

ଏପରିକି ଗଣମାଧ୍ୟମକୁ କୋରୋନା ସମ୍ପର୍କିତ ଖବର ସମ୍ବେଦନତାକୁ ନେଇ ଖବର ପ୍ରସାରଣରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଗୁଡିକ ଉପରେ କଟକଣା ରହିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହ ପଞ୍ଚାୟତ ତଥା ପୌର ପ୍ରତିନିଧି ମାନଙ୍କୁ ଏଦିଗରେ ଜନସଚେତନତା ଓ ସହଯୋଗ ପାଇଁ ତତ୍ପର କରାଯାଇଛି । ଏଥିପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଜିଲ୍ଲାବାସୀଙ୍କୁ ସତର୍କତା ରହିବାକୁ ପରାମର୍ଶ ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.