ETV Bharat / state

ପୌର ଫାଇଟ: ଢେଙ୍କାନାଳରେ ୨୩ ଆସନରୁ ୧୮ଟି ନାମାଙ୍କନ ଭରିଲା କଂଗ୍ରେସ - ଢେଙ୍କାନାଳରେ ପୌର ନିର୍ବାଚନ ପ୍ରସ୍ତୁତି

ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନରେ ଢେଙ୍କାନାଳ ପୌର ପରିଷଦରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୨୩ଟି କାଉନସିଲର ଆସନ ମଧ୍ୟରୁ ୧୮ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଢେଙ୍କାନାଳରେ ୨୩ ଆସନରୁ ୧୮ଟି ନାମାଙ୍କନ ଭରିଲା କଂଗ୍ରେସ

author img

By

Published : Mar 7, 2022, 10:47 PM IST

ଢେଙ୍କାନାଳ: ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନରେ ଢେଙ୍କାନାଳ ପୌର ପରିଷଦରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୨୩ଟି କାଉନସିଲର ଆସନ ମଧ୍ୟରୁ ୧୮ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ତା ସହିତ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ପକ୍ଷରୁ ସ୍ମିତାରାଣୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପୌର ଫାଇଟ: ଢେଙ୍କାନାଳରେ ୨୩ ଆସନରୁ ୧୮ଟି ନାମାଙ୍କନ ଭରିଲା କଂଗ୍ରେସ

ଏହି ଅବସରରେ ଢେଙ୍କାନାଳ ପୌର ପରିଷଦ ପାଇଁ କଂଗ୍ରେସର ପ୍ରାର୍ଥୀମାନେ ନିଜ ସମର୍ଥକ ଓ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଗାନ୍ଧୀ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରିଥିଲା । ଏହାପରେ ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି ।

ଢେଙ୍କାନାଳ ପୌର ପରିଷଦର ମୋଟ ୨୩ ୱାର୍ଡରୁ କଂଗ୍ରେସ ଦଳ ପକ୍ଷରୁ ୧୮ଟି ୱାର୍ଡରେ ପ୍ରାର୍ଥୀ ଦେବା କେତେକ ଆଶାୟୀଙ୍କ ଆଶା ଭାଙ୍ଗିଛି । କଂଗ୍ରେସ ଦଳ କଥା ଅପେକ୍ଷା ବାସ୍ତବତାକୁ ନେଇ ଲୋକକ ପାଖକୁ ଯିବା ଓ ମହିଳାଙ୍କ ସଶକ୍ତିକରଣରକୁ ମୁଦ୍ଦା କରି ଭୋଟରଙ୍କ ପାଖକୁ ଯିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.