ଢେଙ୍କାନାଳ: ବକେୟା ବିଲ ନେଇ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ନିବାସରୁ ବିଦ୍ୟୁତ କାଟିଲା ବିଦ୍ୟୁତ ବିଭାଗ । ଏନେଇ ସଂନ୍ଧ୍ୟାରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ହଷ୍ଟେଲ ଛାତ୍ର ।
ସୂଚନା ମୁତାବକ, ୧ଲକ୍ଷ ୨୦ହଜାର ଟଙ୍କା ବକେୟା ଥିବାରୁ ହଷ୍ଟେଲରୁ ବିଦ୍ୟୁତ ସେବା ବିଛିନ୍ନ କରିଦିଆଯାଇଥଲା । ଯାହାକୁ ନେଇ ସନ୍ଧ୍ୟାରେ କଲେଜ ହଷ୍ଟେଲ ଛାତ୍ର ମାନଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି ହଷ୍ଟେଲ ଛାତ୍ରଙ୍କ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ଦ୍ବାରା ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝା ସୁଝା କରିଥିଲା । ପୁଲିସ ହସ୍ତକ୍ଷେପରେ ହଷ୍ଟେଲକୁ ବିଦ୍ୟୁତ ସଂଯୋଗ ପରେ ଉତ୍ୟକ୍ତ ଛାତ୍ରମାନେ ରାସ୍ତାରୁ ହଟିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ