ETV Bharat / state

କୋଭିଡ ଭୟରେ ବସ ଖାଲି, ଘଣ୍ଟା ଘଣ୍ଟା ଅପେକ୍ଷା କରି ଯାତ୍ରୀ ହନ୍ତସନ୍ତ - dhenkanal district news

ଦୀର୍ଘ ମାସ କୋଭିଡ କଟକଣା ପରେ ପରେ ଆଜି ଠୁ ଗଡିଲା ବସ । କିନ୍ତୁ ଆସୁଛନ୍ତି କମ ଯାତ୍ରୀ । ଯାତ୍ରୀ ଅପେକ୍ଷାରେ ଘଣ୍ଟା ଘଣ୍ଟା ଛିଡା ହୋଇ ରହୁଛି ବସ । ଅଧିକ ପଢନ୍ତୁ...

କୋଭିଡ ଭୟରେ ବସ ଖାଲି , ଘଣ୍ଟା ଘଣ୍ଟା ଅପେକ୍ଷା କରି ଯାତ୍ରୀ ହନ୍ତସନ୍ତ

author img

By

Published : Jul 20, 2021, 8:26 PM IST

ଢେଙ୍କାନାଳ : ଦୀର୍ଘ ମାସ ପରେ ଆଜିଠାରୁ ରାଜ୍ୟରେ ବସ ଚଳାଚଳ ଉପରେ ଜାରି କଟକଣା କୋହଳ କିରଛନ୍ତି ରାଜ୍ୟ ସରକାର । ବସ ଷ୍ଟାଣ୍ଡକୁ ଯାତ୍ରୀମାନଙ୍କର ଆଗମନ ଘଟିଛି । ତେବେ ବସ ଚଳାଚଳରେ ସମୟ ନିର୍ଘଣ୍ଟ ସାଙ୍ଗକୁ କମ ସଂଖ୍ୟକ ଯାତ୍ରୀ ବସ ମାଲିକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଉପଯୁକ୍ତ ସଂଖ୍ୟକ ଯାତ୍ରା ନଆସିବା ଯାଏ ଘଣ୍ଟା ଘଣ୍ଟା ଅଟକି ରହୁଛି ବସ। ଫଳରେ ଯାତ୍ରୀମାମନେ ମଧ୍ୟ ବସଷ୍ଟାଣ୍ଡରେ ଘଣ୍ଟା ଘଣ୍ଟା ଛିଡା ହୋଇ ହନ୍ତସନ୍ତ ହେଉଛନ୍ତି । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ ମୁଖ୍ୟ ବସଷ୍ଟାଣ୍ଡରେ ।

କୋଭିଡ ଭୟରେ ବସ ଖାଲି , ଘଣ୍ଟା ଘଣ୍ଟା ଅପେକ୍ଷା କରି ଯାତ୍ରୀ ହନ୍ତସନ୍ତ

ଗୋଟିଏ ପଟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏପଟେ ବସରେ ସମସ୍ତ ଯାତ୍ରୀ ମାସ୍କ , ସିଟିଂ ମୁତାବକ ଯାତ୍ରୀ ପରିବନ କଟକଣା । କହିବାକୁ ଗଲେ କୋଭିଡ ସଂକ୍ରମଣ ଭୟ ଲୋକଙ୍କ ମନରୁ ଛାଡୁ ନଥିବାରୁ କାଁ ଭାଁ ଯାତ୍ରୀ ଆସୁଛନ୍ତି । ଫଳରେ ସମୟ ନିର୍ଘଣ୍ଟ ମଧ୍ୟରେ ବସରେ ଯାତ୍ରୀ ହେଉ ନସଥିବାରୁ ବସ ଷ୍ଟାଣ୍ଡରେ ବସ ଗୁଡିକ ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନଙ୍କ ଅପେକ୍ଷାରେ ଛିଡା ହୋଇ ରହୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ କଟକ, ଅନୁଗୁଳ ଆଦି ଅଞ୍ଚଳରୁ ଯାତ୍ରୀମାନେ ଆସିବାପରେ ଢେଙ୍କାନାଳରୁ କାମାକ୍ଷାନଗର, ଗଁନ୍ଦିଆ, ଜୋରନ୍ଦା ଓ ଭାପୁର ଅଞ୍ଚଳକୁ ଯିବାକୁ ଥିବା ଯାତ୍ରୀମାନେ ବସ ଷ୍ଟାଣ୍ଡରେ ଅପେକ୍ଷା କରୁଛନ୍ତି । ଉପଯୁକ୍ତ ସଂଖ୍ୟକ ଯାତ୍ରୀ ନହେବା ଯାଏ ବସ ଯାତ୍ରା ଆରମ୍ଭ କରୁନଥିବାରୁ ଯାତ୍ରୀ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.