ETV Bharat / state

ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼, ସିସିଟିଭିରେ କଏଦ ହେଲା ଭିଡିଓ

author img

By

Published : Oct 18, 2022, 5:06 PM IST

ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ । ଢେଙ୍କାନାଳ ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଭିଡିଓ । ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼
ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼

ଢେଙ୍କାନାଳ: ବିଜେଡି ନେତାଙ୍କ ଗାଡି ଉପରକୁ ବୋମା ମାଡ । ଢେଙ୍କାନାଳ ଜିଲ୍ଲା ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ ଗାଡି ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଥିବା ସୂଚନା । ଏକ ବାଇକରେ ଆସି କାମାକ୍ଷାନଗର ୨ ନଂ ଓ୍ବାର୍ଡ ମଢ଼ିସାହିରେ ଥିବା ବାସଭବନ ଠାରେ ଦୁର୍ବୃତ୍ତ ମାନେ ବୋମା ମାଡ କରିଥିବା ସୂଚନା । ସିସିଟିଭିରେ କଏଦ ହେଲା ବୋମା ମାଡ ସମୟର ଭିଡିଓ ।

ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ୪ମିନିଟ ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କାମାକ୍ଷାନଗର ମଢ଼ିସାହିରେ କାହ୍ନୁ ସାହୁଙ୍କ ବାସଭବନରେ ତାଙ୍କ କାର ଉପରକୁ ତିନିଟି ବୋମା ଫିଙ୍ଗିଥିଲେ । ଫଳରେ ଗାଡିର ପଛ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଥିବା ବେଳେ, ଘଟଣା ସ୍ଥଳରେ ଏବେବି ଦୁଇଟି ଅଫୁଟା ବୋମା ପଡ଼ିରହିଛି । ଏ ନେଇ ଖବର ପାଇ କାମାକ୍ଷାନାଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଦୁର୍ବୃତ୍ତ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଧରିବାରେ ସଫଳ ହୋଇନଥିବା ବେଳେ ସିସିଟିଭିରେ କଏଦ ହୋଇଛି ବୋମା ମାଡ ସମୟର ଭିଡିଓ । କାହ୍ନୁ ସାହୁ ବିଜୁ ଜନତା ଦଳରେ ଜଣେ ଆଗଧାଡିର ସଦସ୍ୟ ଅଛନ୍ତି। ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଲା ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଏହି ଘଟଣାକୁ ନେଇ କାହା ଉପରରେ ସନ୍ଦେହ ନଥିବା ମଧ୍ୟ କହିଛନ୍ତି କାହ୍ନୁ ।

ଏହା ମଧ୍ୟ ପଢନ୍ତୁ-Cyclone threat: ଅପରାହ୍ନ 4ଟାରେ ଜରୁରୀକାଳିନ ବୈଠକ ଡାକିଲେ ସରକାର

ଏନେଇ ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁ କହିଛନ୍ତି ଯେ, ''କାଲି ରାତି ୧୦ଟାରୁ କମା ସାରି ଫେରିବା ବେଳେ କାରଟିକୁ ବାହାରେ ରଖିଥିଲି । ଏହାପରେ ବିଳମ୍ବିତ ରାତିରେ ପୋଲିସ ତରଫରୁ ମୋତେ ଫୋନ ଆସିଥିଲା । ମୋ ଗାଡି ଉପରେ ବୋମା ମାଡ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଥିଲା । ମୁଁ ଆସି ଦେଖିବା ବେଳେ ଗାଡି କାଚ ଭାଙ୍ଗି ଯାଇଛି । ଦୁଇ ଜଣ କଳା ପଲସରରେ ଆସି ବୋମା ମାଡ କରିଥିଲେ । ଏହି ଘଣ୍ଟାରେ ମୋର କାହା ଉପରେ ସନ୍ଦେହ ନାହିଁ । ତଦନ୍ତ ହେଲେ ଜଣାପଡିବ ବୋଲି କହିଛନ୍ତି କାହ୍ନୁ '' ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.