ETV Bharat / state

ଢେଙ୍କାନାଳ ସଦର ଥାନା ତାଳବରକୋଟ ଗ୍ରାମରେ ବୋମାମାଡ଼, ଜଣେ ଗୁରୁତର - ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଗୋଷ୍ଠି କନ୍ଦଳ

ଢେଙ୍କାନାଳ ସଦର ଥାନା ତାଳବରକୋଟ ଗ୍ରାମରେ ବୋମାମାଡ଼ । ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଗୋଷ୍ଠି କନ୍ଦଳ, ବୋମାମାଡରେ ଜଣେ ଗୁରୁତର

author img

By

Published : Aug 6, 2020, 1:06 PM IST

ଢେଙ୍କାନାଳ: ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳ ବରକୋଟ ଗ୍ରାମରେ ବୋମାମାଡ଼ ହୋଇଛି । ଆକ୍ରମଣରେ ମୁଣ୍ଡିଆ ଶବର ସାହିର ଶ୍ରୀମନ୍ତ ବେହେରା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଗୋଷ୍ଠି କନ୍ଦଳ, ବୋମାମାଡରେ ଜଣେ ଗୁରୁତର
ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଗୋଷ୍ଠି କନ୍ଦଳ, ବୋମାମାଡରେ ଜଣେ ଗୁରୁତର

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ ତାଳବରକୋଟରରେ ପହଂଚି ବିଶ୍ୱଭୂଷଣ ମହାନ୍ତି ନାମକ ଜଣେ ଯୁବକକୁ ଗିରଫ କରିବା ସହ ଏକ ଅଫୁଟା ବୋମା ଜବତ କରିଛି । ତେବେ ଏହି ଘଟଣାରେ ଅନ୍ୟମାନେ ଫେରାର ଅଛନ୍ତି । ଏହି ଘଟଣା ପରେ ତାଳବରକୋଟରେ ଉତ୍ତେଜନା ବଢ଼ିବାରେ ଲାଗିଛି ।

ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ ଏପରି ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରୀମାନେ ଗତ ରାତ୍ରିରେ ତାଳବରକୋଟ ଗାଁର ବିଭିନ୍ନ ସାହିର ତିନି ଚାରୋଟି ସ୍ଥାନରେ ଏପରି ଆତଙ୍କ ସୃଷ୍ଟି କରିଥିବା ଖବର ମିଳିଛି । ଏପରିକି ଏହି ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ ଆଶଙ୍କା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.