ETV Bharat / state

ଢେଙ୍କାନାଳ ଗସ୍ତରେ ବିଜେପି ନେତା ସଞ୍ଜୟ ନିର୍ମଲ, ବାଣ୍ଟିଲେ ମହାସମ୍ପର୍କ ଅଭିଯାନର ସଚେତନତା ମହାବାର୍ତ୍ତା

ଢେଙ୍କାନାଳ ଦିନିକିଆ ଗସ୍ତରେ ଯାଇ ମୋଦିଙ୍କ ମହାସମ୍ପର୍କ ଅଭିଯାନର ସଚେତନତାର ମହାବାର୍ତ୍ତା ବାଣ୍ଟିଲେ ବିଜେପି ଅନୁସୂଚିତ ଜାତିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଲ । ଅଧିକ ପଢନ୍ତୁ

author img

By

Published : Jun 22, 2023, 11:49 AM IST

bjp st wing general secretary sanjay nirmal

ଢେଙ୍କାନାଳ: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରରେ ମହାସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେପି । ଏନେଇ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀ ମାନେ ଗାଁଗାଁ ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ବୁଝାଇବା ସହ ସଚେତନତା କରି ଚାଲିଛନ୍ତି । ଏହି କ୍ରମରେ ଗତକାଲି ଅନୁସୂଚିତ ଜାତିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଲ ଢେଙ୍କାନାଳକୁ ଦିନିକିଆ ଗସ୍ତ କରିଛନ୍ତି ।

ଓଡ଼ିଶାରେ ଅନୁସୂଚିତ ଜାତି ତଥା ଦଳିତ ବର୍ଗର ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକର ସୁବିଧା ପାଇବାରୁ ଲୋକେ ବଞ୍ଚିତ ହେଉଥିବା ବିଜେପି ଅଭଯୋଗ କରିଛି । କିପରି ଲୋକେ ଏହି ଯୋଜନାର ସୁବିନିଯୋଗ କରି ସୁବିଧା ହାସଲ କରିପାରିବେ ସେ ସମ୍ପର୍କରେ ବୁଝାଇବା ଉଦ୍ଦେଶ୍ୟରେ ଲୋକଙ୍କ ପାଖରେ ପହଞ୍ଚିଥିବା କଥା କହିଛନ୍ତି ବିଜେପି ଅନୁସୂଚିତ ଜାତିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଲ । ସେହିପରି ଗାଁକୁ ଗାଁ ଯାଇ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚି ଲୋକମାନଙ୍କ ସହ ମହାସମ୍ପର୍କ ସ୍ଥାପନ କରିବା ସହ କେନ୍ଦ୍ର ସରକାର ଦେଉଥିବା ବିଭିନ୍ନ ଯୋଜନାର ମହାବାର୍ତ୍ତା ବାଣ୍ଟୁଥିବା କଥା ସେ କହିଛନ୍ତି ।

ଏହି ଅବସରରେ ନିର୍ମଲ ଢେଙ୍କାନାଳ ଜିଲ୍ଲା ବିଜେପିର ଅନେକ ବରିଷ୍ଟ ନେତୃବୃନ୍ଦଙ୍କ ଘରକୁ ଯାଇ ବିଜେପି କିଭଳି ତୃଣମୂଳ ସ୍ତରରେ ମଜଭୁତ ହୋଇପାରିବ ସେନେଇ ସେମାନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ପରେ ସଞ୍ଜୟଙ୍କ ସହ ଜିଲ୍ଲା ବିଜେପିର ଅନ୍ୟ ବରିଷ୍ଠ ନେତୃବୃନ୍ଦମାନେ ଢେଙ୍କାନାଳ ପୌରାଞ୍ଚଳ ୧୦ ନମ୍ବର ୱାର୍ଡର ଦଳିତ ବର୍ଗର କାଉନସିଲର ପ୍ରଦୀପ ମଲ୍ଲିକଙ୍କ ଘରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଏଥିସହ ମଣିଷ ଗୋଟିଏ ଜାତି, ସମସ୍ତେ ସମାନ, ଏଠାରେ କୌଣସି ଜାତିଗତ ଭେଦଭାବ ନାହିଁ ବୋଲି ସଞ୍ଜୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଦିନିକିଆ ଗସ୍ତ ସାରି ଫେରିଲେ ବିଶ୍ବେଶର ଟୁଡୁ, ମହାଜନସମ୍ପର୍କ ଅଭିଯାନରେ ଦେଲେ ଯୋଗ

ସେହିପରି 2024 ପାଇଁ ସଜବାଜ ଆରମ୍ଭ କରି ଦେଇଛି ବିଜେପି । ଆଗାମୀ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରୁଛି ଭାରତୀୟ ଜନତା ପାର୍ଟି । ଜନ ସମସ୍ୟାକୁ ନେଇ ଆଗାମୀ ଦିନରେ ଲଢେଇ ପାଇଁ ଝାରସୁଗୁଡାରେ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ପ୍ରସ୍ତୁତି ନେଇ ଆଲୋଚନା କରିଥିଲା ବିଜେପି । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରଗଡ ସାଂସଦ ସୁରେଶ ପୂଜାରୀ ମୋଦିଙ୍କ ନେତୃତ୍ବରେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ଦମନ କରାଯାଇପାରିଥିବା ନେଇ କହିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.