ETV Bharat / state

ସିସିଟିଭି ଫୁଟେଜ ଦେଖି ଧରାପଡିଲା ବାଇକ ଲୁଟେରା - dhenkanal

ସିସିଟିଭି ଫୁଟେଜରୁ ବାଇକ ଲୁଟେରାକୁ କାବୁ କଲେ ଢ଼ାବା ମାଲିକ । ଢ଼ାବାରେ କାମ କରିବା ବାହାନାରେ ଲୁଟୁଥିଲେ ବାଇକ । ଅଧିକ ପଢନ୍ତୁ...

Bike robbers arrested in dhenkanal
ସିସିଟିଭି ଫୁଟେଜରୁ ବାଇକ ଲୁଟେରା କାବୁ
author img

By

Published : Dec 12, 2020, 6:49 PM IST

ଢେଙ୍କାନାଳ: ସିସିଟିଭି ଫୁଟେଜ ଦେଖି ବାଇକ ଲୁଟେରାକୁ କାବୁ କଲେ ଢ଼ାବା ମାଲିକ । ଖବର ଅନୁଯାୟୀ, ଢ଼ାବାରେ କାମ କରିବା ବାହାନାରେ ଲୁଟୁଥିଲେ ବାଇକ । ଆଉ ଏହି ବାଇକ ଲୁଟେରାଙ୍କ ଏପରି ଚଲାକିକୁ ପଦାରେ ପକାଇଦେଲା ସିସିଟିଭି । ଶେଷରେ କାବୁ ହେଲେ ଏହି ଲୁଟେରା ।

ସିସିଟିଭି ଫୁଟେଜରୁ ବାଇକ ଲୁଟେରା କାବୁ

ଏପରି ଏକ ଘଟଣାରେ ଜଣେ ବାଇକ ଲୁଟେରାକୁ ଟାଉନ ପୋଲିସ ଗିରଫ କରିଛି । ଗିରଫ ଲୁଟେରା ଜଣଙ୍କ ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଗ୍ରାମର ଅରୁଣ ପରିଡା ବୋଲି ଜଣାପଡିଛି । ଗିରଫ ଅରୁଣ ଢେଙ୍କାନାଳ ସହର କଣ୍ଟାନାଳୀ ସ୍ଥିତ ଏକ ଢ଼ାବାରେ କାମ କରୁଥିଲେ ।

ତେବେ ଗତ ଦୁଇ ଦିନ ପୂର୍ବେ ରାତିରେ ଢ଼ାବା ମାଲିକଙ୍କ ହୋଣ୍ଡା ଆକ୍ଟିଭା ଗାଡିଟିକୁ ନେଇ ପଳାଇଥିଲେ । ତେବେ ଢ଼ାବା ମାଲିକ ଲାଗିଥିବା ସିସିଟିଭିର ଫୁଟେଜକୁ ଆଧାର କରି ଅରୁଣକୁ ଚିହ୍ନଟ କରିଥିଲେ । ପରେ ମୋବାଇଲ ଟ୍ରାକ କରି ଅରୁଣକୁ ଗୁରୁଡ଼ିଝାଟିଆ ଅଞ୍ଚଳରୁ ଏକ ଜଙ୍ଗଲରୁ ଆକ୍ଟିଭାକୁ ଉଦ୍ଧାର କରିବା ସହ ଅରୁଣକୁ କାବୁ କରିଥିଲେ । ପରେ ଅରୁଣକୁ ଟାଉନ ପୋଲିସର ଜିମା ଦେଇଥିବା ଢ଼ାବା ମାଲିକ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.