ETV Bharat / state

ଅମାନିଆ ବରଯାତ୍ରୀ, ମଦ ପିଇବାକୁ ବାରଣ କରିବାରୁ ହୋଟେଲରେ ଲଗାଇଲେ ନିଆଁ

author img

By

Published : Jul 2, 2020, 12:00 PM IST

କୋରୋନା କଟକଣା ଯୋଗୁଁ ବିବାହ ଆଦି ଉତ୍ସବରେ କଟକଣା ଲାଗୁ କରାଯାଇଛି । ହେଲେ କିଛି ଲୋକ ଏହାକୁ ମାନୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ କଦଳିପାଳ ଛକରେ ବରଯାତ୍ରୀ ଦଳ ନିଆଁ ଲଗାଇ ଜଳିଦେଲେ ହୋଟେଲ । ଅଗ୍ନିକାଣ୍ଡରେ ହୋଟେଲର ପ୍ରାୟ ଲକ୍ଷ୍ୟଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

ଅମାନିଆ ବରଯାତ୍ରୀ, ମଦ ପିଇବାକୁ ବାରଣ କରିବାରୁ ହୋଟେଲରେ ଲଗାଇଲେ ନିଆଁ
ଅମାନିଆ ବରଯାତ୍ରୀ, ମଦ ପିଇବାକୁ ବାରଣ କରିବାରୁ ହୋଟେଲରେ ଲଗାଇଲେ ନିଆଁ

ଢେଙ୍କାନାଳ: କୋରୋନା ନେଇ ବାହାଘର ବ୍ରତଘର ଆଦି ସାମାଜିକ ଉତ୍ସବ ଉପରେ କଟକଣା ରହିଛି । ସେପଟେ ଢେଙ୍କାନାଳ ଜିଲ୍ଲାରେ ଏକ ବିବାହରେ ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ ସାମନାକୁ ଆସିଛି । ହୋଟେଲ ଭିତରେ ମଦ ପିଇବାକୁ ମନା କରିବାରୁ ହୋଟେଲରେ ନିଆଁ ଲଗାଇବା ସହ ହୋଟେଲ ମାଲିକଙ୍କୁ ନିର୍ଧୁମ ମାଡ ମାରିଛନ୍ତି ବରଯାତ୍ରୀ ଦଳ ।

ସୂଚନାନୁଯାୟୀ, ବୁଧବାର ରାତ୍ରିରେ ରାସୋଳ ଥାନା ଅନ୍ତର୍ଗତ କୁନୂଆ ଗ୍ରାମରୁ କଦଳିପାଳ ଗ୍ରାମକୁ ବରଯାତ୍ରୀ ଆସିଥିଲେ । ହୋଟେଲରେ ମଦ ପିଇବା ପାଇଁ ଜିଦ କରିବାରୁ ବାରଣ କରିଥିଲେ ହୋଟେଲ ମାଲିକ ବଟକୃଷ୍ଣ। ଫଳରେ ଉତ୍ତେଜିତ ବରଯାତ୍ରୀ ତାଙ୍କୁ ମାରପିଟ କରିଥିବା ବେଳେ ଭୋର ସମୟରେ ଫେରିବା ବେଳେ ନିଆଁ ଲଗାଇ ପଳାଇଥିବା ଜଣାପଡିଛି ।

ତେବେ ନିଆଁ ଲାଗିଥିବା ଖବର ପାଇ ରାସୋଳ ଦମକଳ ବାହିନୀ ଆଜି ଭୋର ସମୟରେ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ହୋଟେଲଟି ଚାଳଘର ହୋଇଥିବାରୁ ସମୂର୍ଣ୍ଣ ଜଳିଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଏ ସମ୍ପର୍କରେ କଦଳିପାଳ ଗ୍ରାମର ହୋଟେଲ ମାଲିକ ବଟକୃଷ୍ଣ ବେହେରା ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.